ବାହାଘର ପୂର୍ବରୁ ବିଷ ପିଇ ଜୀବନ ହାରିଲେ ଯୁବତୀ, କାରଣ ଅସ୍ପଷ୍ଟ

ଭଞ୍ଜନଗର : ବିଷ ପିଇ ଯୁବତୀଙ୍କ ଆତ୍ମହତ୍ୟା । ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ନୂଆଁଟାଙ୍ଗଣ ଗାଁରେ ଘଟିଛି ଏଭଳି ଘଟଣା । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ମୃତଦେହକୁ ଜବତ କରି ତାରାସିଙ୍ଗି ଥାନା ପୋଲିସ ତଦନ୍ତ ଚଳାଇଛି । ଆଉ କିଛିଦିନ ପରେ ଯୁବତୀଙ୍କ ବାହାଘର ହେବାର ଥିଲା । ତା’ ପୂର୍ବରୁ ସେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ କରାଯାଇନାହିଁ ।

Leave A Reply

Your email address will not be published.