ମୁହାଁମୁହିଁ ପିଟି ହେଲା ଦୁଇଟି ଟ୍ରେନ୍‌: ୨୬ ମୃତ

ନୂଆଦିଲ୍ଲୀ : ମୁହାଁମୁହିଁ ପିଟି ହେଲା ଦୁଇଟି ଟ୍ରେନ୍‌ । ଦୁର୍ଘଟଣାରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୮୫ରୁ ଅଧିକ ଯାତ୍ରୀ । ଗ୍ରୀସର ଲାରିସା ସହର ନିକଟରେ ଏହି ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ହୋଇଛି । ପାସେଞ୍ଜର ଟ୍ରେନ୍‌ ଓ ମାଲବାହୀ ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଛି । ଆହତମାନଙ୍କ ମଧ୍ୟରୁ ଅନେକ ଅବସ୍ଥା ଗୁରୁତର ଥିବାରୁ ଆଗକୁ ବଢ଼ିପାରେ ମୃତ୍ୟୁସଂଖ୍ୟା । ପାସେଞ୍ଜର ଟ୍ରେନ୍‌ରେ ଥିଲେ ୩୫୦ରୁ ଅଧିକ ଯାତ୍ରୀ ଥିଲେ । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।ପାସେଞ୍ଜର ଟ୍ରେନଟି ଏଥେନ୍ସରୁ ଗ୍ରୀସର ଉତ୍ତରରେ ଥିବା ଥିସାଲୋନିକି ସହର ଅଭିମୁଖେ ଯାଉଥିଲା । ସେହିପରି ମାଲବାହୀ ଟ୍ରେନ୍‌ ଥିସାଲୋନିକିରୁ ଏଥେନ୍ସ ଆସୁଥିଲା । ଏତେ ଜୋରରେ ଦୁର୍ଘଟଣା ହୋଇଥିଲା ଯେ ଟ୍ରାକରୁ ଛିଟିକି ପଡ଼ିଥିଲା ବଗି । କିଛି ବଗିରେ ନିଆଁ ଲାଗି ଯାଇଥିଲା । ଟ୍ରେନ୍‌ର ଇଞ୍ଜିନ ଚୁରମାର ହୋଇଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଭୂକମ୍ପ ଭଳି ଭୟଙ୍କର ଶବ୍ଦ ହୋଇଥିଲା ।

Leave A Reply

Your email address will not be published.