ବାପାଙ୍କ ଏକାଦଶାହ କାର୍ଯ୍ୟ ସାରିବାର ପରେ ବଡ଼ପୁଅର ଅକାଳ ମୃତ୍ୟୁ

ଆନନ୍ଦପୁର : ଚାଲିଥିଲା ବାପାଙ୍କ ଏକାଦଶାହ, ବଡପୁଅର ଅକାଳ ମୃତ୍ୟୁ । ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ସଢା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକ ର୍ସ୍ୱଗତ ନାରାୟଣ ନାୟକଙ୍କ ବଡପୁଅ ଅଭିମନ୍ୟୁ ନାୟକ । ନାରାୟଣଙ୍କ ମୃତ୍ୟୁକୁ ପୁରିଥିଲା ୧୧ ଦିନ । ରୀତିନୀତି ଅନୁଯାୟୀ କର୍ମ ଚାଲିଥିଲା । ବ୍ରାହ୍ମଣ ଭୋଜନ ପରେ ଗାଁ ଲୋକେ ଖାଇଥାନ୍ତେ । ଏତିକି ବେଳେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ ବଡପୁଅ ଅଭିମନ୍ୟୁ । ପରିବାର ଲୋକ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ । ତେବେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ହିଁ ଅଭିମନ୍ୟୁଙ୍କ ମୃତ୍ୟୁ ହୋଇ ସାରିଥିଲା । ସୂଚନା ଥାଉକି, ୧୧ ଦିନ ପୂର୍ବରୁ ଅଭିମନ୍ୟୁଙ୍କ ବାପା ନାରାୟଣ ନାୟକଙ୍କର ମୃତ୍ୟୁ ହୋଇଥିଲା। ମୃତ ଅଭିମନ୍ୟୁଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ହେଲେ ପୁଅଟି ଦିର୍ଘଦିନ ହେବ ଥାଲାସେମିଆ ରୋଗରେ ପୀଡିତ ଥିବା ପରିବାର ପକ୍ଷରୁ କୁହାଯାଇଛି। ନାରାୟଣଙ୍କର ଏପରି ଅକାଳ ମୃତ୍ୟୁରେ ପରିବାର ସହିତ ଗାଁରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.