ଫାଟିଲା ଗ୍ଯାସ ସିଲିଣ୍ଡର: ୪ ଅଗ୍ନିଶମ କର୍ମଚାରୀ ଆହତ

ସମ୍ବଲପୁର : ସମ୍ବଲପୁର ଚାଉଁପୁରସ୍ଥିତ ଏକ ଦୋକାନରେ ଭୟାବହ ଅଗ୍ନିକାଣ୍ଡ। ଗ୍ଯାସ ସିଲିଣ୍ଡର ଫାଟିଯିବା ଫଳରେ ଜଳିଗଲା ଦୋକାନ। ଗତକାଲି ବିଳମ୍ବିତ ରାତ୍ରିରେ ଘଟିଛି ଏହି ଅଗ୍ନିକାଣ୍ଡ । ପ୍ରଥମେ ଗ୍ଯାସ ସିଲିଣ୍ଡରରୁ ନିଆଁ ଲାଗିବା ପରେ ଏହା ପ୍ରଚଣ୍ଡ ଶବ୍ଦ କରି ଫାଟିଯାଇଥିଲା। ଗ୍ଯାସ ସିଲିଣ୍ଡରଟି ଫାଟିବା ପୂର୍ବରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।ତେବେ ନିଆଁକୁ ଆୟତ୍ତ କରିବା ସମୟରେ ଗ୍ଯାସ ସିଲିଣ୍ଡର ଫାଟିବାରୁ ୪ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ୨ ଜଣ ଆହତଙ୍କୁ ତୁରନ୍ତ କଟକ ରେଫର କରାଯାଇଥିବା ବେଳେ ୨ ଜଣ ବୁର୍ଲା ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.