ମାଛ ବେପାରୀଙ୍କୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ମୃତ୍ୟୁ

ଯାଜପୁର ରୋଡ : ଯାଜପୁର ରୋଡ ଥାନା ଗଣେଷବଜାର ଛକରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ ଧକ୍କାରେ ମାଛ ବେପାରୀଙ୍କ ମୃତ୍ୟୁ ହୋଇଛି । ମୃତକ ସ୍ଥାନୀୟ ନେଳିବାରୀ ଗ୍ରାମର ଅନାଦି ମଳିକ। ସାଇକେଲରେ ମାଛନେଇ ବଜାରକୁ ବିକ୍ରି କରିବାକୁ ଯାଉଥିଲା ବେଳେ ଏକ ୧୦ ଚକିଆ ଟ୍ରକ ସାଇକେଲ ଉପରେ ମାଡିଗଲା। ଫଳରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସୂଚନା ମୁତାବକ ଆଜି ଆଜି ସକାଳୁ ସକାଳୁ ଯାଜପୁର ରୋଡ ଥାନା ନେଳିବାରି ଅଂଚଳର ଅନାଦି ମଳିକ ସାଇକେଲରେ ମାଛ ନେଇକି ଯାଜପୁର ରୋଡ ଆସୁଥିଲେ । ହଠାତ ଗଣେଶ ବଜାଇ ଛକରେ ଅପରପକ୍ଷରୁ ଏକ ଗ୍ୟାସ ବୋଝେଇ ଟ୍ରକ ଦ୍ରୁତଗତିରେ ମାଡି ଆସି ଅନାଦିଙ୍କ ଉପରେ ଚଢି ଯାଇଥିଲା। ଫଳରେ ଅନାଦିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟି ଥିବା ସୂଚନା ମିଳିଛି। ସେପଟେ ଯାଜପୁର ରୋଡ ପୋଲିସ ଗଣେଶ ବଜାର ଛକ ଦୁର୍ଘଟଣା ସ୍ଥଳିରେ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏଥିସହିତ ଦୁର୍ଘଟଣା ଘଟାଇ ଥିବା ଗ୍ୟାସ ବୋଝେଇ ଟ୍ରକକୁ ଜବତ କରି ଥାନାକୁ ନେଇଥିବା ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.