ଆଳୁ କୁଇଣ୍ଟାଲକୁ ୫୦୦ ଟଙ୍କା! ଉପଯୁକ୍ତ ବଜାର ମୂଲ୍ଯ ଏବଂ ସଂରକ୍ଷଣର ସୁବିଧା ନଥିବାରୁ କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ

ଜଳେଶ୍ବର: ଆଳୁ ଏକ ଏମିତି ପରିବା,ଯେଉଁ ପରିବା ସମସ୍ତ ବ୍ୟଞ୍ଜନର ଶିରୋନାମା ବନିଥାଏ,ମାତ୍ର ଏହି ଆଳୁ ଚାଷ କରି ନିଜର ଜୀବିକା ପ୍ରତିପୋଷଣ କରୁଥିବା ଉତ୍ତର ବାଲେଶ୍ବର ର ହଜାର ହଜାର ଆଳୁଚାଷୀ ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି। ଉପଯୁକ୍ତ ବଜାର ବ୍ୟବସ୍ଥା ଏବଂ ସଂରକ୍ଷଣର ସୁବିଧା ନଥିବାରୁ ଏହି ଚାଷ ଉପରୁ ମୁହଁ ଫେରାଉଛନ୍ତି ଆଳୁଚାଷୀ । ବାଲେଶ୍ବର ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ଚିରସ୍ରୋତା ସୁବର୍ଣ୍ଣରେଖା ନଦୀ । ଏହି ନଦୀ ଅବବାହିକା ଅଞ୍ଚଳ ଆଳୁଚାଷ ପାଇଁ ବେଶ ଅନୁକୁଳ ହୋଇଥାଏ। ନଦୀ ଅବବାହିକା ଅଞ୍ଚଳ ର ମାଟି ଉର୍ବର ହୋଇ ଥିବାରୁ ଏହି ମାଟିରେ ଆଳୁ ଭଲ ଫଳିଥାଏ । ଏହା ସହିତ ପ୍ରତିବର୍ଷ ବନ୍ୟା ଆସିବା ଫଳରେ ବନ୍ୟା ପାଣିରେ ଆସୁଥିବା ପଟୁମାଟି ଏଠାକାର ଚାଷଜମିକୁ ଅଧିକ ଉର୍ବର କରିଥାଏ। ଯାହା ଫଳରେ ନଦୀର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଆଳୁ ସମେତ ବିଭିନ୍ନ ପନି ପରିବା ପ୍ରଚୁର ପରିମାଣରେ ଫଳିଥାଏ। ସୁବର୍ଣ୍ଣରେଖା ନଦୀ ଅବବାହିକା ରେ ଥିବା ବାଲିଆପାଳ , ବସ୍ତା , ଜଳେଶ୍ବର ଏବଂ ଭୋଗରାଇ ବ୍ଲକ ରେ ଅଧିକ ପରିମାଣରେ ଆଳୁଚାଷ ହୋଇଥାଏ,ଏହି ଅଞ୍ଚଳରେ ଉର୍ବର ଜମିରୁ ପ୍ରଚୁର ପରିମାଣରେ ଆଳୁ ଅମଳ ହେଉଥିବାରୁ ଚାଷୀମାନେ ଏହି ଚାଷକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି।

Leave A Reply

Your email address will not be published.