ଫୋକସରେ ପଶ୍ଚିମ ଓଡ଼ିଶା: ଆସନ୍ତାକାଲି ୩ ଜିଲ୍ଲାକୁ ଯିବେ ମୁଖ୍ୟମନ୍ତ୍ରୀ, ବିଜୁ ଏକ୍ସପ୍ରେସ ୱେରର କରିବେ ଉଦ୍‌ଘାଟନ

ଭୁବନେଶ୍ୱର : ବିଜୁ ଜୟନ୍ତୀରେ ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ୩ ଜିଲ୍ଲା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ମାରାଥନ୍‌ କାର୍ଯ୍ୟକ୍ରମ ରହିଛି । ପ୍ରାୟ ୩ ମାସ ଭିତରେ ବରଗଡ଼ ଜିଲ୍ଲାକୁ ଏହା ନବୀନଙ୍କ ତୃତୀୟ ବରଗଡ଼ ଜିଲ୍ଲା ଗସ୍ତ। ନବୀନ ସୋହେଲା ବ୍ଲକ ହଳଦୀପାଲି ପଡିଆଠାରେ ଜନ ସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ହଳଦୀପାଲିଠାରୁ ବୀରମାଟି ଘେଁସ ଯାଏ କରିବେ ରୋଡ୍‌ ଶୋ। ଏହାରି ଭିତରେ ୪୫୫ କୋଟି ଟଙ୍କା ବ୍ୟୟରେ ନିର୍ମିତି ୨ ଲେନ୍‌ ବିଶିଷ୍ଟ ୮୧ କିମି ଏବଂ ୪ ଲେନ୍‌ ବିଶିଷ୍ଟ ୫୦ କିମି ବିଜୁ ଏକ୍ସପ୍ରେସ ୱେର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ । ବରଗଡ଼ ଜିଲ୍ଲା ପରେ ନୂଆପଡା ଜିଲ୍ଲା ଗସ୍ତ କରିବେ ନବୀନ । କୋମନାବ୍ଲକ ସିଲେଟପାଣି ଗାଁଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେବେ । ସେଠାରେ ମଧ୍ୟ ବିଜୁ ଏକ୍ସପ୍ରେସ ୱେ ରାସ୍ତା ସମେତ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ । ଶେଷରେ ମୁଖ୍ୟମନ୍ତ୍ରୀ ଯିବେ କଳାହାଣ୍ଡି ଜିଲ୍ଲା । ଅନେକ ଉନ୍ନୟନ ମୂଳକ କାର୍ଯ୍ୟର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ସରକାରଙ୍କ ଫୋକସରେ ରହିଛି ପଶ୍ଚିମ ଓଡ଼ିଶା । ଚଳିତ ବର୍ଷ ତିନି ମାସ ଭିତରେ ଏହା ହେବ ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପଶ୍ଚିମ ଓଡ଼ିଶା ଗସ୍ତ ।

Leave A Reply

Your email address will not be published.