ରାସ୍ତାରେ ଛିଡା ହୋଇଥିବା ଟ୍ରକ ପଛରେ ପିଟିହେଲା ଆଉ ଏକ ଟ୍ରକ, ଡ୍ରାଇଭର ମୃତ

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତାର ବାଲିମୁଣ୍ଡା ପଂଚାୟତ ନନ୍ଦପାଟଣା ଛକ ନିକଟରେ ସଡକ ଦୁର୍ଘଟଣା। ଟ୍ରକ ପଛ ପଟକୁ ଆଉ ଏକ ଟ୍ରକ ଧକ୍କା ହେବା ଫଳରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜୁଆଣି ଗ୍ରାମର ସୁରେନ ମାହନ୍ତ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଧାମରା ଅଂଚଳକୁ ଲୁହା ପଥର ନେଇ ଆସିଥିବା ଏକ ଟ୍ରକ ବାଲିମୁଣ୍ଡା ନନ୍ଦପାଟଣା ଛକ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡା କରି ବିଶ୍ରାମ ନେଇଥିଲା । ସମଦିଗରୁ ଆଉ ଏକ ଟ୍ରକ କୌଣସି କାରଣରୁ ଭାରସାମ୍ୟ ହରାଇ ଉକ୍ତ ଛିଡା ହୋଇଥିବା ଟ୍ରକ ପଛ ପାଖକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହେଲପର ସ୍ଥାନରେ ବିଶ୍ରାମ ନେଇଥିବା ଗାଡି ଡ୍ରାଇଭର ଭିତରେ ଚାପି ହୋଇ ମୃତ୍ୟୁ ହୋଇଯାଇଥିବା ବେଳେ ଗାଡି ଚଳାଉଥିବା ହେଲପର ଅଳ୍ପକେ ବର୍ତ୍ତିଯାଇଥିଲା ।

Leave A Reply

Your email address will not be published.