ପୂର୍ବ  ଶତ୍ରୁତାକୁ ନେଇ କାଠ ଫାଳିଆରେ ପିଟି ପିଟି ହତ୍ୟା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମହୁଲ ପଦା ଥାନା ର ଫୁଲଝରପଂଚାୟତ ର ହାତୀସଲ ଗ୍ରାମରେ ଜମି ଜମା କୁ ନେଇ ଘଟିଛି ହତ୍ୟାକାଣ୍ଡ । ଏକ କାଠ ଫାଳିଆ ରେ ପିଟି କରଯାଇଛି ହତ୍ୟା । ଅଭିଯୁକ୍ତ ଲକ୍ ନାୟକ ଥାନାରେ ଅଟକ । ପୂର୍ବରୁ ଜମି କୁ ନେଇ ଲକ ନାୟକ ଏବଂ ଚଇତୁ ନାୟକ ପରିବାର ମଧ୍ୟରେ ଲାଗିରହିଥିବା ବିବାଦ । ଗତକାଲି ରାତିରେ ଏହି ବିବାଦ କୁ ନେଇ ଦୁହିଁ ମଧ୍ୟରେ ହୋଇଥିଲା ପାଟି ତୁଣ୍ଡ । ଉଗ୍ର ହୋଇ ଲକ୍ ନାୟକ କାଠ ଫ।ଳିଆରେ ଚଇତୁ ନାୟକ ମୁଣ୍ଡକୁ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ଚଇତୁ ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଣା ସ୍ଥଳରେ ମହୁଲ ପଦା ପୋଲିସ ସହ ବଣେଇ SDPO ପହଂଚି ଅଭିଯୁକ୍ତ କୁ କାବୁ କରିବା ସହ ଅଧିକ ତଦନ୍ତ ଚଳାଇଛି ପୋଲିସ ।

Leave A Reply

Your email address will not be published.