ଅଜଣା ଗାଡି ଧକ୍କାରେ ୨ ସମୁଦି ମୃତ

ଘଟଗାଁ : ଅଜଣା ଗାଡି ଧକ୍କାରେ ୨ ସମୁଦି ମୃତ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ଅନ୍ତର୍ଗତ ଜଂଘିରା-ତେନ୍ତେଳାପସି ରାସ୍ତାର ବାଉଟିଆ ନାଳ ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ହରିଚନ୍ଦନପୁର ବ୍ଲକ ଖୁଦପସି ଗ୍ରାମର ବିଦ୍ୟାଧର ବାରକ ଏବଂ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ପାତମୁଣ୍ଡା ଗ୍ରାମର ବିଦ୍ୟାଧର ବାରିକ ।ଦୁଇ ସମୁଦି ଜଂଘିରା ବଜାରରରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.