ତିହାର ଜେଲରେ ହୋଲି ପାଳିବେ ସିସୋଦିଆ

ଦିଲ୍ଲୀ : ମଦନୀତି ଘୋଟାଲା ମାମଲାରେ ମାର୍ଚ୍ଚ ୨୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ୧୪ ଦିନ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ ମନୀଷ ସିସୋସିଆ । ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଫେବୃଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ଗିରଫ ହେବା ଦିନରୁ ସେ ସିବିଆଇ ହେପାଜତରେ ଥିଲେ। ସିସୋଦିଆଙ୍କୁ ସୋମବାର ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରି ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ଦାବି କରିଥିଲା ସିବିଆଇ । ତେବେ ମନୀଷ ସିସୋଦିଆଙ୍କ ଓକିଲ ନ୍ୟାୟିକ ହେପାଜତକୁ ଯିବା ସମୟରେ ଚଷମା, ଡାଏରୀ, ପେନ ଏବଂ ଗୀତା ନେବା ପାଇଁ କୋର୍ଟଙ୍କୁ ଅନୁମତି ମାଗିଥିଲେ । ଆଉ କୋର୍ଟ ତାଙ୍କ ଅନୁମତିକୁ ଗ୍ରହଣ କରିଥିଲେ ।

Leave A Reply

Your email address will not be published.