ବୟସର ଅପରାହ୍ନରେ ଅଲୋଡ଼ା ହେଲେ ବୃଦ୍ଧ

ମୁଜାଫରନଗର ; ବୟସର ଅପରାହ୍ନରେ ଅଲୋଡ଼ା ହେଲେ ବୃଦ୍ଧ। ପଚାରିଲେନି ପୁଅ, ବୋହୂ, ଝିଅ, ନାତି, ନାତୁଣୀ। ତେଣୁ ନିଜର ୧.୫ କୋଟିର ସମ୍ପତ୍ତି ସରକାରଙ୍କୁ ଦେଇଦେଲେ ବୃଦ୍ଧ। ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି ମୁଜାଫରନଗରରେ । ମୁଜାଫରନଗରର ୮୫ ବର୍ଷ ବୟସ୍କ ବୃଦ୍ଧ କୃଷକ ନାଥୁ ସିଂ । ତାଙ୍କ ନାମରେ ଥିବା ଜମି ଓ ଘରର ମୂଲ୍ୟ ପ୍ରାୟ ଦେଢ଼ କୋଟି । ଗୋଟିଏ ବୋଲି ପୁଅ ଓ ଚାରି ଝିଅ । ପୁଅ ସାହାରରନପୁରରେ ଶିକ୍ଷକ ଭାବରେ କାମ କରନ୍ତି । ସମସ୍ତ ପାଞ୍ଚ ସନ୍ତାନ ବିବାହିତ । ସ୍ତ୍ରୀଙ୍କ ମୃତ୍ୟୁ ପରେ ବୃଦ୍ଧ ଜଣକ ଏକୁଟିଆ ରହୁଥିଲେ । କେହି ଘରେ ରହୁନଥିବାରୁ ତାଙ୍କୁ ଏକା ଲାଗୁଥିଲା । ଫଳରେ ପ୍ରାୟ ସାତ ମାସ ପୂର୍ବରୁ ସେ ନିଜ ଗାଁରେ ଥିବା ଏକ ବୃଦ୍ଧାଶ୍ରମକୁ ଚାଲି ଯାଇଥିଲେ ।ହେଲେ ଦୁଃଖର କଥା ବୃଦ୍ଧାଶ୍ରମରେ ଏତେ ମାସ ବିତି ଯାଇଥିଲେ ସୁଦ୍ଧା ପୁଅ କି ଝିଅ କେହି ତାଙ୍କୁ ଦେଖିବା ପାଇଁ ଆସିନଥିଲେ । ସବୁ ଦିନ ସେ ପୁଅ, ଝିଅ ଆସିବେ ବୋଲି ଚାହିଁ ରହୁଥିଲେ । ହେଲେ ଦୁଃଖର କଥା ବୁଢ଼ା ବାପାଟା ପାଇଁ କାହା ପାଖରେ ସମୟ ନଥିଲେ । ଏକଥାରେ ତାଙ୍କ ହୃଦୟ ଭାଙ୍ଗି ଯାଇଥିଲା । ତେଣୁ ସେ ନିଷ୍ପତ୍ତି ନେଲେ ନିଜର ସମସ୍ତ ସମ୍ପତ୍ତି ସରକାରଙ୍କ ନାମରେ କରିଦେବେ ବୋଲି।

Leave A Reply

Your email address will not be published.