ମେଗା ଜଳ ପ୍ରକଳ୍ପ ଯୋଜନା: କାମ ସରିବ କେବେ?

ବାରିପଦା : ସବୁ ଗାଁରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ। ଏହି ଲକ୍ଷ୍ୟରେ କିଛି ବର୍ଷ ପୂର୍ବେ ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଥିଲା ବସୁଧା ଯୋଜନା ପ୍ରକଳ୍ପ। ଏଥିରେ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଏହି ଯୋଜନାରେ ହୋଇଥିବା ପ୍ରକଳ୍ପରୁ ଅଧିକାଂଶ ସ୍ଥାନରେ ପାଣି ବାହାରୁନି। ଏହାବାଦ୍ ଜିଲ୍ଲାରେ ୧୫୦୦ କୋଟିର ମେଗା ଜଳ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ବାରିପଦା ଓ ରାଇରଙ୍ଗପୁରରେ ଏହି ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ବାରିପଦାରେ ୧୧୦୦ କୋଟି ଓ ରାଇରଙ୍ଗପୁରରେ ୫୦୦ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ କାମ ହେବ। ତେବେ ଦୁଇ ବର୍ଷ ପୂର୍ବେ ରାଜ୍ୟ ସରକାର ଏହି ମେଗା ପ୍ରକଳ୍ପକୁ ଅନୁମୋଦନ କରିଥିଲେ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ ହେବାକୁ ଗୋଟିଏ ବର୍ଷ ଲାଗିଗଲା। ଏବେ ଏବେ କାମ ଆରମ୍ଭ ହୋଇଛି। ୨୦୨୪ ସୁଦ୍ଧା ସବୁ ଗାଁକୁ ପାଣି ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ଦେଇଥିବା ବେଳେ ଏହା ପୂରଣ ହେବାନେଇ ସନ୍ଦେହ ସୃଷ୍ଟି ହୋଇଛି।

Leave A Reply

Your email address will not be published.