ନୟାଗଡ଼ ଜିଲ୍ଲାରେ ମାଳମାଳ ବେଆଇନ ପାଥୋଲାବ୍‌

ନୟାଗଡ଼ : ନୟାଗଡ଼ ଜିଲ୍ଲା ସଦର ମହକୁମା ଏପରିକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚତୁଃପାର୍ଶ୍ବଠାରୁ ଆରମ୍ଭ କରି ଜିଲ୍ଲାବ୍ୟାପୀ ମାଳମାଳ ବେଆଇନ ଛୋଟ ପାଥୋଲାବ୍‌ଠାରୁ ଆରମ୍ଭ କରି ଡାଇଗ୍ନୋସିସ୍‌ ସେଣ୍ଟର ସବୁ ଖୋଲିଛି। ଜିଲ୍ଲାରେ ଆଇନସମ୍ମତ ଡାଇଗ୍ନୋସିସ୍‌ ସେଣ୍ଟର ସଂଖ୍ୟା ପ୍ରାୟ ୧୫ ହୋଇଥିବା ବେଳେ, ବେଆଇନ ଭାବେ ମାଳମାଳ ଡାଇଗ୍ନୋସିସ୍‌ ସେଣ୍ଟର ଚାଲିଛି। ଛତୁ ଫୁଟିଲା ଭଳି ପାଥୋଲାବ୍‌ ସବୁ ଗଳିକନ୍ଦିରେ ଖୋଲିଛି। ଚିକିତ୍ସା ବିଜ୍ଞାନରେ ସାମାନ୍ୟ ଜ୍ଞାନ ଥିବା ନକଲି ବ୍ୟକ୍ତିବିଶେଷ ଏଠାରେ ସବୁ ଡାକ୍ତରଠାରୁ ଆରମ୍ଭ କରି ଲାବୋରାଟୋରି ଟେକ୍ନିସିଆନ୍‌ ପାଲଟିଯାଇଛନ୍ତି। ଯେଉଁଥିପାଇଁ ଅନେକ ସମୟରେ ରୋଗୀଙ୍କ ମୃତ୍ୟୁ ଘଟୁଥିବାର ନଜିର୍‌ ମଧ୍ୟ ରହିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ରଣପୁର, ଓଡ଼ଗାଁ, ଭାପୁର, ନୂଆଗାଁ, ଗଣିଆ ଆଦି ଅଞ୍ଚଳରେ ପଞ୍ଜିକୃତ ଡାଇଗ୍ନୋସିସ୍‌ ସେଣ୍ଟର ନାହିଁ। ଅନେକ ବେଆଇନ ଡାଇଗ୍ନୋସିସ୍‌ ସେଣ୍ଟରର ରିପୋର୍ଟକୁ ସରକାରୀ ଡାକ୍ତର ମଧ୍ୟ ଗ୍ରହଣ କରୁଛନ୍ତି। ଏଭଳି ବେଆଇନ ସଂସ୍ଥା, ନକଲି ଡାକ୍ତର, ନକଲି ଏଲ୍‌ଟି ପ୍ରମୁଖଙ୍କ ସହିତ ଖୋଦ୍‌ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କ ସଂପୃକ୍ତି ଅନେକ ମାମଲାରେ ଧରାପଡ଼ିଥିବା ମଧ୍ୟ ଦେଖାଯାଇଛି, କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ୍ୟ। ଏଭଳି ‌ବେଆଇନ କାରବାରକୁ କିଛି ସରକାରୀ ବାବୁ ପ୍ରୋତ୍ସାହନ ଯୋଗାଇ ଦେଉଥିବା ସ୍ପଷ୍ଟ ହେଉଛି।

Leave A Reply

Your email address will not be published.