ହାଣ୍ଡିଧୂଆଁ-ଘଣ୍ଟପଡ଼ା ଓଭର୍‌ ବ୍ରିଜ୍‌: ସରୁନି ନିର୍ମାଣ କାର୍ଯ୍ୟ, ସାଧାରଣରେ ବଢୁଛି ତୀବ୍ର ଅସନ୍ତୋଷ

ତାଳଚେର, : ତାଳଚେର ବ୍ଲକ୍ ହାଣ୍ଡିଧୂଆଁ- ଘଣ୍ଟପଡ଼ା ଲେଭଲ୍‌ କ୍ରସିଂରେ ଓଭର ବିଜ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ‌ହେବାର ପ୍ରାୟ ୭ ବର୍ଷ ବିତିଗଲାଣି। ଏହାର ନିର୍ମାଣ କାର୍ଯ୍ୟ ‌ଶେଷ ହେଉ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଏମ୍‌ସିଏଲ୍‌ର ବଳରାମ କୋଇଲା ଖଣି କୋଇଲା ଷ୍ଟକୟାର୍ଡଠାରୁ ତାଳଚେର ରେଳ ଷ୍ଟେସନ୍‌ ପର୍ଯ୍ୟନ୍ତ ଯାଇଥିବା ରେଳ ପଥରେ ପଡ଼ୁଛି ହାଣ୍ଡିଧୂଆଁ- ଘଣ୍ଟପଡ଼ା ଲେଭଲ୍‌ କ୍ରସିଂ। ହାଣ୍ଡିଧୂଆଁ ଛକରୁ ଘଣ୍ଟପଡ଼ା ଦେଇ ସେଣ୍ଟ୍ରାଲ ହସ୍ପିଟାଲ, ଏଫ୍‌ସିଆଇ, ହିଙ୍ଗୁଳା ମନ୍ଦିର, ସାଉଥବଲଣ୍ଡା, ଥର୍ମାଲ, ନାଲ୍‌କୋନଗର, ଅନୁଗୁଳ ଆଦି ଅଞ୍ଚଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଏହି ଲେଭଲ୍‌କ୍ରସିଂ ଥିବାବେଳେ ଏହି ରାସ୍ତାରେ ତାଳଚେର ସରକାରୀ ଆଇଟିଆଇ, ହାଟତୋଟାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିଭିନ୍ନ କୋଇଲା ଖଣିକୁ ପ୍ରତ୍ୟେହ ହଜାର ହଜାର ଲୋକ ଯା’ଆସ କରୁଛନ୍ତି। ଏହି ଲେଭଲ୍‌ କ୍ରସିଂରେ ସେମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ତେଣୁ ଏଠାରେ ଓଭରବ୍ରିଜ୍‌ ନିର୍ମାଣ ପାଇଁ ବହୁ ବର୍ଷ ହେଲା ଦାବି ହୋଇଆସୁଥିଲା।

Leave A Reply

Your email address will not be published.