ଓମ୍‌ଫେଡ୍‌ ପ୍ଲାଣ୍ଟ୍‌ରେ ତ୍ରୁଟି: ନାଳରେ ଭାସିଗଲା ହଜାର ହଜାର ଲିଟର ଦୁଗ୍ଧ, କାରଣ ଖୋଜୁଛି ଟିମ

ଗଞ୍ଜାମ : ନାଳରେ ଭିସିଗଲା ହଜାର ହଜାର ଲିଟର ଦୁଗ୍ଧ । ଏଭଳି ଏକ ଦୃଶ୍ଯ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆଙ୍କୁଶପୁର ଠାରେ ଥିବା ଓମଫେଡ ଦୁଗ୍ଧ ପ୍ରୋସେସିଙ୍ଗ ୟୁନିଟରେ । ଦୁଗ୍ଧ ନଷ୍ଟ ହେବାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । କ୍ଷୀର ପ୍ରୋସେସିଂ କରିବା ପାଇଁ ଥିବା ଟ୍ୟାଙ୍କର୍‌ରେ ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ସମସ୍ୟା ହୋଇଥିବା କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି। ଏଭଳି ଭିଡିଓ ଭାଇରଲ ହେବା ପରେ ଭୁବନେଶ୍ୱରର ଓମଫେଡର ଏକ ଟିମ ଅଙ୍କୁଶପୁର ଓମଫେଡ ୟୁନିଟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ତେବେ ଚାଷିଙ୍କ ଦୁଗ୍ଧ ପ୍ରୋସେସିଙ୍ଗ ପାଇଁ ଆସିଥିବା ବେଳେ ସ୍ଥାନୀୟ ପ୍ରୋସେସିଙ୍ଗ ୟୁନିଟର ମ୍ଯାନେଜର ଓ କର୍ମଚାରୀଙ୍କ ଦାୟିତ୍ବହୀନତା ଯୋଗୁଁ ଏଭଳି ଦୁଗ୍ଧ ନଷ୍ଟ ହୋଇଥିବା କହିଛନ୍ତି ଅଲ ଓଡିଶା ଦୁଗ୍ଧ ପରିବହନ ସଂଘ ସଭାପତି ସମିର ରଞ୍ଜନ ଦାସ । ଏପରିକି ଆନ୍ଧ୍ରପ୍ରଦେଶର ବିଭିନ୍ନ ଦୁଗ୍ଧ ବିକ୍ରୟ ସଂସ୍ଥା ସହିତ ଓମଫେଡ ଅଧିକାରୀଙ୍କ ମିଳିତ ସଲାସୁତୁରାରେ ଏଭଳି କାର୍ଯ୍ଯ ହେଉଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ୟୁନିଟ ଟାଙ୍କିରୁ ଦୁଗ୍ଧ ନଷ୍ଟ ହେବା ସମ୍ପର୍କରେ ଜାଣିନଥିବା କହିଛନ୍ତି ଓମଫେଡ ପ୍ରସେସିଙ୍ଗ ୟୁନିଟର ମ୍ଯାନେଜର ।

Leave A Reply

Your email address will not be published.