ସମଲିଙ୍ଗୀ ବିବାହ ମାନ୍ୟତା ପ୍ରଦାନ ଆବେଦନକୁ କେନ୍ଦ୍ର ସରକାରଙ୍କ ବିରୋଧ, କହିଲେ ଭାରତୀୟ ପରିବାରର ସଂସ୍କୃତି ବିରୋଧୀ

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ ମାନ୍ୟତା ପ୍ରଦାନକୁ ଆବେଦନକୁ କେନ୍ଦ୍ର ସରକାରଙ୍କ ବିରୋଧ। ସତ୍ୟପାଠ ଜରିଆରେ ଏନେଇ କେନ୍ଦ୍ର ସରକାର ସୁପ୍ରିମ କୋର୍ଟଙ୍କୁ ଅବଗତ କରାଇଛନ୍ତି। ସମଲିଙ୍ଗୀ ବିବାହ ଭାରତୀୟ ପରିବାରର ସଂସ୍କୃତି ବିରୋଧୀ। ପରିବାରର ସଂସ୍କୃତି ପତିପତ୍ନୀ ଓ ସେମାନଙ୍କ ଜନ୍ମିତ ସନ୍ତାନକୁ ନେଇ ଗଠିତ ହୋଇଥାଏ ବୋଲି କହିଛନ୍ତି କେନ୍ଦ୍ର ସରକାର। ଭାଗିଦାରୀରେ ଏକାଠି ରହିବା ଓ ଏବଂ ସମଲିଙ୍ଗୀ ଯୌନ ସଂପର୍କ ପତିପତ୍ନୀ ଓ ସେମାନଙ୍କ ସନ୍ତାନକୁ ନେଇ ଗଠିତ ପରିବାରର ସଂସ୍କୃତି ସହ ସମାନ ନୁହେଁ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି କେନ୍ଦ୍ର ସରକାର। ସମଲିଙ୍ଗୀ ବିବାହକୁ ମାନ୍ୟତା ପ୍ରଦାନ ପାଇଁ ହୋଇଥିବା ୧୫ଟି ଯାକ ଆବେଦନକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର । ସୁପ୍ରିମ କୋର୍ଟ, ହାଇକୋର୍ଟ ନିଜର ଅନେକ ରାୟରେ ବ୍ୟକ୍ତିଗତ ସ୍ୱାଧିନତାର ବ୍ୟାଖ୍ୟା ସ୍ପଷ୍ଟ ଭାବେ କରିଛନ୍ତି। ଏଗୁଡ଼ିକ ରାୟକୁ ତର୍ଜମା କରି ସମଲିଙ୍ଗୀ ବିବାହକୁ ମାନ୍ୟତା ପ୍ରଦାନ ଆବେଦନକୁ ଖାରଜ କରିବା ଜରୁରୀ ବୋଲି କେନ୍ଦ୍ର ସରକାର ୫୬ ପୃଷ୍ଠାର ସତ୍ୟପାଠରେ ଦର୍ଶାଇଛନ୍ତି। ଶୁଣାଣି କରିବା ପାଇଁ ଏହି ଆବେଦନରେ କୌଣସି ତଥ୍ୟ ନାହିଁ ବୋଲି ଦର୍ଶାଇଛନ୍ତି।

Leave A Reply

Your email address will not be published.