ଘରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ଦମ୍ପତିଙ୍କ ସହିତ ଜୀବନ୍ତ ଜଳିଗଲେ ୩ ପିଲା

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ କାନପୁରର ଦେହାତରେ ଏକ ହୃଦୟ ବିଦାରକ ଦୁର୍ଘଟଣା । ଘରେ ଶୋଇଥିବା ସମୟରେ ନିଆଁ ଲାଗି ୫ ଜଣ ଲୋକଙ୍କର ପ୍ରାଣ ଚାଲିଯାଇଛି । ରୁରା ଥାନା ଅନ୍ତର୍ଗତ ହାରମଉ ବଞ୍ଜାରାଡେରା ଗାଁରେ ଏକ ଝୁପୁଡି ଘରେ ସର୍ଟସର୍କିଯ ଯୋଗୁଁ ନିଆଁ ଲାଗିଥିବା ପୋଲିସ କହିଛି । ଏହି ଅଗ୍ନିକାଣ୍ଡରେ ସ୍ୱାମୀ, ସ୍ତ୍ରୀ ଏବଂ ୩ ନିରୀହ ପିଲାଙ୍କ ଜୀବନ ଚାଲିଯାଇଛି । ସେହିପରି ଜଣେ ବୟସ୍କ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ଏବଂ ଫରେନ୍ସିକ ଟିମ୍‌, ସନ୍ଧାନୀ କୁକୁର ଟିମ୍‌ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ପୋଲିସ କହିବାମୁତାବକ, ଶନିବାର ବିଳମ୍ବିତ ରାତି ପ୍ରାୟ ୧ ଟା ସମୟରେ ଗୋଟିଏ ପରିବାରର ଘରେ ନିଆଁ ଲାଗିଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି। ହାଟରେ ଉପସ୍ଥିତ ଥିବା ସମାନ ପରିବାରର ୭ ଜଣ ସଦସ୍ୟ ଏହି ନିଆଁରେ ଫସି ରହିଥିଲେ। ନିଆଁ ଏତେ ଭୟଙ୍କର ରୂପ ନେଇଥିଲା ଯେ, କେହି କିଛି କରିପାରିନଥିଲେ ଏବଂ ସ୍ୱାମୀ ଏବଂ ସ୍ତ୍ରୀଙ୍କ ସମେତ ତିନିଜଣ ନିରୀହ ପିଲା ଏହି ନିଆଁରେ ପାଉଁଶ ହୋଇଯାଇଥିଲେ। କୌଣସି ପ୍ରକାରେ ଜଣେ ବୃଦ୍ଧ ମହିଳା ଏବଂ ଏକ ନବଜାତ ଶିଶୁକୁ ଟାଣି ଅଣାଯାଇଥିଲା, କିନ୍ତୁ ସେମାନେ ମଧ୍ୟ ପୋଡି ଯାଇଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏମାନଙ୍କର ସଠିକ୍‌ ଚିକିତ୍ସା ପାଇଁ ଜିଲ୍ଲାପାଳ ହସପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ନିଆଁ କେମିତି ଲାଗିଲା ତାର ଯାଞ୍ଚ କରାଯାଉଛି ।

Leave A Reply

Your email address will not be published.