ଏପ୍ରିଲ ୧୮ ତାରିଖରୁ ଶୁଣାଣି ହେବ ସମଲିଙ୍ଗୀ ବିବାହ ସ୍ୱୀକୃତି ପ୍ରସଙ୍ଗ

ଭୁବନେଶ୍ୱର:ସମଲିଙ୍ଗୀ ବିବାହ ବିବାଦ ମାମଲାର ଶୁଣାଣି ସାମ୍ବିଧାନିକ ଖଣ୍ଡପୀଠରେ କରିବା ପାଇଁ ନିର୍ଦ୍ଦେଶ ଦେଲେ ପ୍ରଧାନ ବିଚାରପତି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପ୍ରସଙ୍ଗରେ ଚୂଡ଼ାନ୍ତ ଶୁଣାଣି ଏପ୍ରିଲ ୧୮ ତାରିଖରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ହେବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଷୟରେ କୌଣସି ନିଷ୍ପତ୍ତି ସମାଜ ଉପରେ ବହୁତ ପ୍ରଭାବ ପକାଇବ ବୋଲି ସୁପ୍ରିମ୍‌କୋର୍ଟ ମତ ରଖିଛନ୍ତି।ସୁପ୍ରିମକୋର୍ଟଙ୍କ ୱେବସାଇଟ ଓ ୟୁଟ୍ୟୁବରେ ଏହି ଶୁଣାଣିର ସିଧା ପ୍ରସାରଣ କରାଯିବାକୁ ସର୍ବୋଚ୍ଚ ଅଦଲତଙ୍କୁ ଜଣା ଯାଇଥିବା ବେଳେ ସାମ୍ବିଧାନିକ ଖଣ୍ଡପୀଠର ଶୁଣାଣି ସିଧା ପ୍ରସରଣ ହେଉଥିବା ଅଦାଲତ କହିଛନ୍ତି। ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟଙ୍କ ଏକ ତିନି ଜଣିଆ ଖଣ୍ଡପୀଠ ଆଜି କହିଛନ୍ତି, ଏହି ରାୟ ସମାଜ ଉପରେ ବଡ଼ ପ୍ରଭାବ ପକାଇବ। ସମ୍ବିଧାନର ଏ ୧୪୫(୩)କୁ ଦୃଷ୍ଟିରେ ରଖି ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଉଠା ଯାଉଥିବା ପ୍ରସଙ୍ଗଗୁଡ଼ିକର ସମାଧାନ କଲେ ଏହା ଉପଯୁକ୍ତ ହେବ ବୋଲି ମତ ରଖିଛନ୍ତି ଖଣ୍ଡପୀଠ। ତେଣୁ ଏହାକୁ ସାମ୍ବିଧାନିକ ଖଣ୍ଡପୀଠରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତିନି ଜଣିଆ ଖଣ୍ଡପୀଠ। ପୂର୍ବରୁ କେନ୍ଦ୍ର ସରକାର ଯୁକ୍ତି ବାଢ଼ିଥିଲେ ଯେ ସମଲିଙ୍ଗୀ ବିବାହ ଏକ ଭାରତୀୟ ପରିବାର ଏକକ’ର ଧାରଣା ସହିତ ସୁସଙ୍ଗତ ନୁହେଁ, ଯେଉଁଥିରେ ସ୍ୱାମୀ, ପତ୍ନୀ ଏବଂ ସନ୍ତାନ ଅଛନ୍ତି। ଯେଉଁଥିରେ ଜଣେ ଜୈବିକ ପୁରୁଷଙ୍କୁ ‘ସ୍ୱାମୀ’, ଜଣେ ଜୈବିକ ମହିଳାଙ୍କୁ ‘ପତ୍ନୀ’ ଭାବରେ ଏବଂ ଦୁଇ ଜଣଙ୍କ ମଧ୍ୟରେ ମିଳନରୁ ଜନ୍ମ ହୋଇଥିବା ସନ୍ତାନ- ଯେଉଁମାନଙ୍କୁ ଜୈବିକ ପୁରୁଷ ପିତା ଏବଂ ଜୈବିକ ମହିଳା ମାତାଙ୍କ ଦ୍ୱାରା ଲାଳନ ପାଳନ କରାଯାଏ।

Leave A Reply

Your email address will not be published.