ସ୍କୁଲରେ ମଦ୍ୟପ ଯୁବକର କଟୁରୀ ଧରି ଆତଙ୍କରାଜ

କେନ୍ଦୁଝର: ସ୍କୁଲରେ ଦୁର୍ବୃତ୍ତର ଆତଙ୍କରାଜ। କଟୁରି ଧରି ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଗୋଡ଼ାଇଲା ଦୁର୍ବୃତ୍ତ। କେନ୍ଦୁଝର ସଦର ବ୍ଳକ ଜନାର୍ଦ୍ଦନପୁର ପଞ୍ଚାୟତର ଭାଲିଆଡିହି ପ୍ରାଥମିକ ବିଦ୍ୟାଳୟରେ ଏଭଳି ଆତଙ୍କ ଦେଖାଯାଇଛି। ଗାଁର ଜଣେ ମଦ୍ୟପ ଦୁର୍ବୃତ୍ତ ଏକ କଟୁରି ଧରି ସ୍କୁଲରେ ପଶି ସମସ୍ତଙ୍କୁ ଭୟଭୀତ କରିଥିଲା।ଏଥିରେ ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଧରି ଦୌଡ଼ିଥିଲେ। ଏଥିରେ ଜଣେ ଛାତ୍ରୀ ଓ ଜଣେ ଶିକ୍ଷୟିତ୍ରୀ ସାମାନ୍ୟ ଆହତ ହୋଇଥିଲେ। ଜଣେ ଶିକ୍ଷୟିତ୍ରୀ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଗାଁରେ ପହଞ୍ଚି ଦୁର୍ବୃତ୍ତକୁ ଖୋଜିବା ଆରମ୍ଭ କରିଛି। ସଂପୃକ୍ତ ଦୁର୍ବୃତ୍ତର ମାନସିକ ସ୍ଥିତି ଠିକ୍‌ ନଥିବା ବେଳେ ପ୍ରବଳ ମଦ ପିଇଥିବା ଜଣାପଡ଼ିଛି।

Leave A Reply

Your email address will not be published.