ହସ୍ପିଟାଲ ବେଡ଼ରେ ସ୍ବାମୀ, ଏପଟେ ପ୍ରେମିକକୁ ବାହା ହୋଇ ଖୁସି ମନାଉଛି ସ୍ତ୍ରୀ

ଜଳେଶ୍ଵର: ରୋଗାଗ୍ରସ୍ତ ସ୍ୱାମୀ ହସ୍ପିଟାଲର ବେଡ଼ ଉପରେ ପଡ଼ି ମୃତ୍ୟୁ ସହ ଲଢେଇ କରୁଛନ୍ତି ଅନ୍ୟପଟେ ପ୍ରେମିକକୁ ବାହା ହୋଇ ଖୁସି ମନାଉଛି ସ୍ତ୍ରୀ। ଆଉ କିଛି ଘଣ୍ଟା ପରେ ତାଙ୍କର ଅସ୍ତ୍ରୋପଚାର ହୋଇଥାନ୍ତା,ଏଭଳି ସମୟରେ ପତ୍ନୀ ସ୍ୱାମୀଙ୍କ ସହ ରହିବାର ଆବଶ୍ଯକତା ରହିଛି, ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଦେବାଦେବୀଙ୍କୁ ଡାକିବା ବଦଳରେ ଏହି ମହିଳା ଜଣକ କିନ୍ତୁ ଅନ୍ଯ ଜଣେ ପୁରୁଷକୁ ବିବାହ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ଯର କଥା ପତ୍ନୀ ଜଣକ ବିବାହ କରୁଥିବା ସମୟରେ ତାଙ୍କ ଦେଢଶୁର ଓ ନଣଦେଇ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଉଭୟ ଏହି ଦୃଶ୍ଯ ଦେଖି ସହିନପାରି କାନ୍ଦି ପକାଇଥିଲେ। ମହିଳା ଜଣକ ବିବାହ କରିବା ପୂର୍ବରୁ ଓକିଲଙ୍କ ସମ୍ମୁଖରେ ସେ ସବୁଦିନ ପାଇଁ ସ୍ୱାମୀଙ୍କ ହାତ ଛାଡି ଆଉ ଜଣକୁ ବାହା ହେଉଛନ୍ତି ବୋଲି ହାତ କାଟି ଲେଖି ଦେଇଛନ୍ତି ଓ ବିବାହ ସରିବା ପରେ ସେ ବହୁତ ଖୁସି ବୋଲି ହସି ହସି ପ୍ରକାଶ କରିଛନ୍ତି। ତେବେ ଏପଟେ ଏହି ଘଟଣାରେ ସ୍ୱାମୀ ଏବଂ ତାଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ଛମୌଜ ଗ୍ରାମର ଏହି ଘଟଣା ଏବେ ସମଗ୍ର ଜଳେଶ୍ଵର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ ଛମୌଜ ଗ୍ରାମର କୁଞ୍ଜବିହାରୀ ଦତ୍ତ ୨୦୨୦ ମସିହାରେ ବାଲିଆପାଳ ଥାନା ଅନ୍ତର୍ଗତ ସୁନାରୁଇ ଗ୍ରାମର ଦେବ କୁମାର ରଣଜିତଙ୍କ ଝିଅ ଦୀପିକା ରାଣୀ ରଣଜିତଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କର ଏବେ ୧୩ ମାସର ଏକ ଶିଶୁକନ୍ଯା ରହିଛି। ତେବେ ଗତ ସପ୍ତାହେ ତଳେ ସ୍ୱାମୀଙ୍କ ଦେହ ଗୁରୁତର ଭାବେ ଅସୁସ୍ଥ ହେବାରୁ ପରିବାର ଲୋକେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ। ସେଠାରେ ସ୍ୱାମୀଙ୍କ ଅସ୍ତ୍ରୋପଚାର ହେବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ମାତ୍ର ଘରେ ଥିବା ତାଙ୍କ ପତ୍ନୀ ଦୀପିକା ଶାଶୁ ଘରୁ ନିଜର ସମସ୍ତ ସୁନା ଗହଣା,ଟଙ୍କା , ବିଭିନ୍ନ ପରିଚୟ ପ୍ରମାଣପତ୍ର ସମେତ ୧୩ମାସର ଶିଶୁ କନ୍ଯାକୁ ଧରି ସ୍ୱାମୀ କୁଞ୍ଜବିହାରୀ କିଣି ଦେଇଥିବା ସ୍କୁଟିରେ ଘରୁ ବାହାରି ଆସିଥିଲେ।

Leave A Reply

Your email address will not be published.