ବାଇକ୍‌ ଦୁର୍ଘଟଣାରେ ମାଟ୍ରିକ ପରୀକ୍ଷାର୍ଥୀ ଗୁରୁତର

ଆନନ୍ଦପୁର: ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ପରୀକ୍ଷା ଦେବାକୁ ଆସୁଥିବା ଛାତ୍ର ଗୁରୁତର । ଛାତ୍ରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ବିଏନ୍‌ ହାଇସ୍କୁଲ ନିକଟରେ ଘଟିଛି ଦୁର୍ଘଟଣା ।ସୂଚନା ଅନୁଯାୟୀ ଆଜି ସକାଳୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଜଙ୍ଘାର ଗ୍ରାମର ରୁଦ୍ରନାରାୟଣ ଘଡେ଼ଇ ବାପାଙ୍କ ସହ ବାଇକ୍ ରେ ବିଏନ ହାଇସ୍କୁଲକୁ ମାଟ୍ରିକ ପରୀକ୍ଷା ଦେବା ପାଇଁ ଯାଉଥିଲେ । ଏହି ସମୟରେ ବିଏନ ହାଇସ୍କୁଲ ନିକଟରେ ସମ୍ମୁଖରୁ ଆସୁଥିବା ଏକ ବାଇକ୍ କୁ ଧକ୍କା ଦେଇଥିଲେ । ଫଳରେ ରୁଦ୍ରନାରାୟଣଙ୍କ ସମେତ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଖବର ପାଇ ପୋଲିସ ଦୁଇ ବାଇକ୍ କୁ ଜବତ କରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.