ବିକ୍ଷୋଭ କରୁଛନ୍ତି ପାଚିକା ମହାସଂଘ, ଅନ୍ୟୋପାୟ ନ ପାଇ ମଧ୍ୟାହ୍ନ ଭୋଜନ ରାନ୍ଧିଲେ ସ୍କୁଲ ପ୍ରଧାନ ଶିକ୍ଷକ

ଅନୁଗୁଳ : ସ୍କୁଲର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କଲେ ସ୍କୁଲ ପ୍ରଧାନ ଶିକ୍ଷକ । ଏଭଳି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ପଞ୍ଚପଡ଼ା ବାରୁଆଁ ଉଚ୍ଚ ବିଦ୍ୟାଳୟରେ । ଏହି ବିଦ୍ୟାଳୟର ଖୋଦ ପ୍ରଧାନ ଶିକ୍ଷକ ଏବଂ ପିଅନ ମିଶି ରାନ୍ଧୁଛନ୍ତି ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ। ଯେଉଁଠି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା କଥା ସେଠି BEO ଙ୍କ ଚିଠି ଯୋଗୁଁ ବାଧ୍ୟ ହୋଇ ନିଜେ ରାନ୍ଧୁଛନ୍ତି ଶିକ୍ଷକ। ସେପଟେ ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ କରୁଛନ୍ତି ପାଚିକା ମହାସଂଘ । ତେଣୁ ପିଲାମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ସମସ୍ତ BEO ମାନେ ସମସ୍ତ ସ୍କୁଲକୁ ଚିଠି ମାଧ୍ୟମରେ ଜଣାଇଛନ୍ତି କି କୌଣସି ସ୍ଥିତିରେ ଯେମିତି ମଧ୍ୟାହ୍ନ ଭୋଜନ ବନ୍ଦ ହେବ ନାହିଁ। ତେଣୁ ଅନ୍ୟ ଉପାୟ ନ ପାଇ ବାଧ୍ୟ ହୋଇ ଶିକ୍ଷକ ରାନ୍ଧୁଛନ୍ତି ମଧ୍ୟାହ୍ନ ଭୋଜନ।

Leave A Reply

Your email address will not be published.