ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର, କାକଟପୁର ମା’ ମଙ୍ଗଳାଙ୍କ ପୀଠରେ ମାନସିକଧାରୀଙ୍କ ଭିଡ଼

ପୁରୀ: ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠ ଆଜି ଚଳଚଂଚଳ । ଆଜି ହେଇଛି ମାଆଙ୍କର ଜନ୍ମଉତ୍ସବ ବା ପ୍ରସିଦ୍ଧ ନେତ୍ରୋତ୍ସବ । ପରମ୍ପରା ଅନୁଯାୟୀ ମାଆଙ୍କ ନୂତନ ନେତ ମନ୍ଦିର ଚୂଳରେ ବନ୍ଧା ହେବାର ବିଧି ରହିଛି। ରାତି ୨ଟାରୁ ଦ୍ୱାର ଫିଟା ନୀତି ଆରମ୍ଭ ହୋଇ ମାଆଙ୍କ ଆଳତି କରାଯାଇଥିଲା। ଆଜି ମା ରାଜରାଜେଶ୍ୱରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ।ପୁରପଲ୍ଲୀରେ ମାନସିକଧାରୀ ମହିଳାଙ୍କ ଦ୍ୱାରା ପନ୍ଥେଇ ପୂଜା ଗାଁ ପରିବେଶକୁ ମୁଖରିତ କରିଛି କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ନେତ୍ରଉତ୍ସବ ଆରମ୍ଭ ହୋଇଯାଇଛି । ହଜାର ହଜାର ଶ୍ରଦ୍ଧାଳୁ ଧାଡ଼ିରେ ଆସି ମାଆଙ୍କୁ ଦର୍ଶନ କରିଛନ୍ତି । ସେବକ ମାନେ ମାଆଙ୍କ ଧ୍ୱଜାକୁ ବିମାନରେ ସୁସଜିତ କରି ବେଢା ପରିକ୍ରମା କରିବା ପରେ ମନ୍ଦିର ଚୁଡ଼ାରେ ବନ୍ଧାଯାଇଥିଲା । ଘଂଟ ଘଂଟାରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା । ଭୋର ୪ଟାରୁ ଆରମ୍ଭ ହୋଇଛି ଭକ୍ତଙ୍କ ସାହାଣମେଳା ଦର୍ଶନ। ଲମ୍ବା ଧାଡିରେ ଆସି ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି।

Leave A Reply

Your email address will not be published.