ମା’ ବିରଜା ବିଶ୍ୱରୂପା ମହାଯଜ୍ଞ ସହ ରାଷ୍ଟ୍ରୀୟ ସନ୍ଥ ସମ୍ମିଳନୀ ପାଇଁ ଚାଲିଛି ପ୍ରସ୍ତୁତି, ଅପ୍ରେଲ ୨ ରୁ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ଯଜ୍ଞ

ଯାଜପୁର : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମହିମା ପ୍ରସାର ସହିତ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଲକ୍ଷ୍ୟ ନେଇ ମାନବ କଲ୍ୟାଣ ଉଦ୍ଦେଶ୍ୟରେ ବିଶ୍ୱଶାନ୍ତି ମହାଯଜ୍ଞର ଆୟୋଜନ ପାଇଁ ପ୍ରସ୍ତୁତି । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନଠୁଆବର ଠାରେ ଆସନ୍ତା ଅପ୍ରେଲ ମାସ ୨ତାରିଖରୁ ୬ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପୀ ଏହି ମହାଯଜ୍ଞ ଅନୁଷ୍ଠିତ ହେବ । ଏହି ଅବସରରେ ଅନୁଷ୍ଠିତ ରାଷ୍ଟ୍ରୀୟ ସନ୍ଥ ସମ୍ମିଳନୀରେ ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରରୁ ଶତାଧିକ ସାଧୁସନ୍ଥ ଯୋଗଦେବେ । ପଂଚଦିବସ ବ୍ୟାପୀ ଏହି ମହାଯଜ୍ଞରେ ମାନବ ତଥା ଜୀବଜଗତର କଲ୍ୟାଣ ଏବଂ ଶାନ୍ତି ସ୍ଥାପନ ଉଦ୍ଦେଶ୍ୟରେ ପ୍ରତ୍ୟହ ମହାଯଜ୍ଞ କୁଣ୍ଡରେ ୧୮ହଜାର ଘୃତାହୂତି ପ୍ରଦାନ କରାଯିବ ।

Leave A Reply

Your email address will not be published.