ମଣିଷ ପଣିଆ ଦେଖାଇଲେ ଉପ ଜିଲ୍ଲାପାଳ

ନବରଙ୍ଗପୁର : ମାନବିକତା ଦେଖାଇ ଚର୍ଚ୍ଚାରେ ଉପ ଜିଲ୍ଲାପାଳ । ଦୁର୍ଘଟଣାରେ ଆହତ ୨ ଯୁବକଙ୍କୁ ନିଜ ଗାଡିରେ ନେଇ ଚିକିତ୍ସା ବ୍ୟବସ୍ଥା କରେଇ ମାନବିକତା ଦେଖାଇଛନ୍ତି ନବରଙ୍ଗପୁର ଜିଲ୍ଲା ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ତିନି ଜଣ ଯୁବକ ବାଇକରେ ନବରଙ୍ଗପୁରରୁ ଯାଉଥିବା ବେଳେ କୁର୍ଲୁ ଘାଟି ନିକଟରେ ଏକ କୁକୁଡ଼ା ବୋଝେଇ ୪୦୭ ଗାଡ଼ି ସହ ଧକ୍କା ହୋଇଥିଲା । ବାଇକରେ ଥିବା ତିନି ଯୁବକଙ୍କ ମଧ୍ୟରୁ ୨ ଜଣ ଗୁରୁତର ଆହତ ହୋଇଥିଲେ । ସେତେବେଳେ ସେହି ରାସ୍ତା ଦେଇ ଯାଉଥିବା ଉପଜିଲ୍ଲାପାଳ ପ୍ରଶାନ୍ତତ ରାଉତ ନିଜ ଗାଡ଼ିରେ ଦୁଇ ଆହତ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ।ସୂଚନା ଅନୁଯାୟୀ ବିଜରାଗୁଡାର ରୋହିତ ହିଆଲ, ସୁଧାଂଶୁ ମାଝୀ, ଲୋମୁ ହରିଜନ ଏଇ ୩ ଯୁବକ ନବରଙ୍ଗପୁରରୁ ଏକ ବାଇକ ଯୋଗେ ଯାଉଥିବା ବେଳେ କୁର୍ଲୁ ଘାଟି ନିକଟରେ ଏକ କୁକୁଡ଼ା ବୋଝେଇ ୪୦୭ ଗାଡି ବାଇକକୁ ଓଭରଟେକ କରି ଗଲାବେଳେ ଗାଡି ଡାଲା ବାଜି ବାଇକକୁ କିଛିଦୂର ପର୍ଯ୍ୟନ୍ତ ଘୋଷାରି ନେଇଯାଇଥିଲା । ଫଳରେ ୩ ଯୁବକଙ୍କ ଭିତରୁ ୨ ଜଣ ଗୁରୁତର ହୋଇ ପଡ଼ିଥିଲେ । ସେହି ସମୟରେ ଉକ୍ତ ରାସ୍ତା ଦେଇ ନବରଙ୍ଗପୁର ସହର ବଡ଼ ହରିଜନ ସାହିର ୨ ଜଣ ଲୋକ ଯାଉଥିଲେ ଆହତ ଯୁବକ ମାନଙ୍କୁ ଏମିତି ରକ୍ତାକ୍ତ ଅବସ୍ଥାରେ ଦେଖି ତୁରନ୍ତ ସେମାନଙ୍କୁ ବାଇକରେ ନେଇ ମେଡ଼ିକାଲ ବାହାରିଥିଲେ। ଠିକ ଏତିକି ବେଳେ ପହଞ୍ଚିଥିଲେ ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ ରାଉତ। ଗାଡି ଅଟକାଇ ଘଟଣା ସମ୍ପର୍କରେ ପଚାରି ବୁଝି ନିଜ ଗାଡିରେ ଗୁରୁତର ଯୁବକଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ \ରେ ପହଞ୍ଚାଇ ସେମାନଙ୍କ ଚିକିତ୍ସା ବ୍ୟବସ୍ତା କରେଇଥିଲେ। ଉପଜିଲ୍ଲାପାଳଙ୍କ ଏଇ ମଣିଷ ପଣିଆ ପାଇଁ ଜିଲ୍ଲା ବ୍ୟାପି ପ୍ରଶଂସା କରାଯାଉଛି।

Leave A Reply

Your email address will not be published.