କୁଷ୍ଠ ରୋଗୀଙ୍କ ମୃତଦେହକୁ ଛୁଇଁଲେନି ପରିବାର ଲୋକେ, ଶବସଂସ୍କାର କଲେ ପାଟଣାଗଡ ତହସିଲଦାର

ପାଟଣାଗଡ: ହଜିଗଲା ମାନବିକତା ମରିଗଲା ମଣିଷ ପଣିଆ । କୁଷ୍ଠ ରୋଗ ହୋଇଥିଲା ବୋଲି ଶବକୁ ଛୁଇଁଲେନି ନିଜ ପରିବାର ଲୋକେ। ହେଲେ ଏଇ ସମାଜରେ ଆଜିବି ଏମିତି ଅନେକ ହୃଦୟବାନ୍ ବ୍ଯକ୍ତି ଅଛନ୍ତି ଯାହାଙ୍କ ପାଇଁ ବଞ୍ଚିରହିଛି ମଣିଷତ୍ବ ବଞ୍ଚିରହିଛି ମାନବିକତା। ଯେଉଁ ପରିସ୍ଥିତିରେ ପରିବାର ଲୋକେ ନିଜ ଘର ଲୋକଟିର ଶବକୁ ଛୁଇଁବାତ ଦୁରର କଥା ଦେଖିବାକୁ ବି ଟିକେ ଆସିଲେନି ସେହିଭଳି ପରିସ୍ଥିତିରେ ଶବସଂସ୍କାର କଲେ ପାଟଣାଗଡ ତହସିଲଦାର। ଦର୍ଶକବନ୍ଧୁ କଥାରେ ଅଛି କର୍ତ୍ତବ୍ୟ ଠାରୁ ଆଉ କିଛି ବଡ଼ ନାହିଁ । ଆଉ କର୍ତ୍ତବ୍ୟ ଯଦି ଆଦର୍ଶ ପାଲଟି ଯାଏ ତେବେ ସେହି ମଣିଷଟି ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଯାଏ। ବୃଦ୍ଧ ଜଣଙ୍କୁ କୁଷ୍ଠ ରୋଗ ହୋଇଥିଲା ବୋଲି ଶବକୁ ଛୁଇଁଲେନି ପରିବାର ଲୋକେ।ହେଲେ ମାନବିକତା ଦେଖାଇ ବୃଦ୍ଧଙ୍କର ଶବସଂସ୍କାର କଲେ ପାଟଣାଗଡ ତହସିଲଦାର ଲକ୍ଷ୍ମଣ ମାଝୀ ଓ କିଛି ସ୍ବେଛାସେବୀ। ପାଟଣାଗଡ ଟିକପାଲି ଗାଁ ର ସୁରୁମଣୀ ତୁମୁନିଆଁଙ୍କୁ କୁଷ୍ଠରୋଗ ହେଲା ପରେ ଦୀର୍ଘ ୩୦ବର୍ଷ ପୂର୍ବରୁ ପାଟଣାଗଡ ହାଟପଦା ଠାରେ ସେ ରହି ଆସୁଥିଲେ। ଆଜି ସକାଳୁ ସମାଜସେବୀ ଡିଙ୍ଗର କୁମ୍ଭାର, ସୁରୁମଣୀଙ୍କ ମୃତ୍ୟୁ ହୋଇଥିବା ଖବର ପାଇ ପାଟଣାଗଡ ତହସିଲଦାର ଓ ତାଙ୍କ ଘର ଲୋକଙ୍କୁ ଏହି ବିଷୟରେ ଜଣାଇଥିଲେ। ଏନେଇ ଖବର ପାଇବା ପରେ ତହସିଲଦାର ସଂଗେସଂଗେ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ପରିବାର ର କେହି ନଆସିବାରୁ ସ୍ଥାନୀୟ ଲୋକ, କିଛି ସ୍ବେଛାସେବୀ ଓ ପୋଲିସ ଉପସ୍ଥିତି ରେ ସ୍ଥାନୀୟ ସ୍ମଶାନ କୁ ନେଇ ଶବସଂସ୍କାର କରିଥିଲେ । ଏପରି ଜନହିତକର କାର୍ଯ୍ୟ କରିଥିବାରୁ ପାଟଣାଗଡ ତହସିଲଦାର ଙ୍କୁ ଲୋକେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.