ଛେଳି ଚରାଳିଙ୍କୁ ଦଳିଦେଲା ହାତୀ

କାମାକ୍ଷାନଗର : ହାତୀ ଆକ୍ରମଣରେ ଛେଳି ଚରାଳିଙ୍କ ମୃତ୍ୟୁ। ମୃତକ ହେଲେ ମହାବୀରୋଡ଼ ଥାନା ଗୋଳାଗାଡିଆ ଗ୍ରାମର ଶରତ ଧଳ। ଗାଁ ପାଖ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ଥିବା ବେଳେ ହାତୀ ଆକ୍ରମଣ ର ଶିକାର ହୋଇଥିଲେ।ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ, ବନବିଭାଗ ମୃତ ଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।ସୂଚନା ମୂତାବକ ଶରତ ଏବଂ ତାଙ୍କ ସ୍ତ୍ରୀ ଉଭୟେ ଛେଳି ଚରାଇବାକୁ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସ୍ତ୍ରୀ ଘରେ ପହଞ୍ଚିଥିବା ବେଳେ ସ୍ବାମୀ ଶରତ ଘରକୁ ଆସିବାରେ ବିଳମ୍ବ ହେବାରୁ ତାଙ୍କୁ ଖୋଜିବାକୁ ଯିବାବେଳେ ଜଙ୍ଗଲରେ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ। ଉଦ୍ଧାର କରାଯାଇ ପର୍ଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଥିଲା।ତେବେ ଏହାକୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

Leave A Reply

Your email address will not be published.