୨ ଦିନିଆ ନବରଙ୍ଗପୁର ଗସ୍ତରେ 5T ସଚିବ, ଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା

ନବରଙ୍ଗପୁର: ୨ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ଆଜି ଜିଲ୍ଲାର ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ । ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ଗତକାଲି ନବରଙ୍ଗପୁର ସର୍କିଟ ହାଉସରେ ବିଭିନ୍ନ ଲୋକ ଓ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ୧୩୧ ଜଣ ବ୍ୟକ୍ତିବିଶେଷ, ଦଳ, ସଂପ୍ରଦାୟ, ଏବଂ ବିଭିନ୍ନ କ୍ଷେତ୍ରର ଲୋକ 5T ସଚିବଙ୍କୁ ସାକ୍ଷାତ କରି ନିଜର ଆପତ୍ତି ଅଭିଯୋଗ ଜଣାଇଥିଲେ । କେବଳ ନବରଙ୍ଗପୁର ଜିଲ୍ଲା ନୁହେଁ, କୋରାପୁଟ ଜିଲ୍ଲାରୁ ମଧ୍ୟ ବିଭିନ୍ନ ଗ୍ରୁପର ପ୍ରାୟ ୪୦୦ ଲୋକ ଆସି 5T ସଚିବଙ୍କୁ ଭେଟିଥିଲେ।ଗତ ଥର କୋରାପୁଟ ଜିଲ୍ଲା ଗସ୍ତ କରି ଯେଉଁ ସହାଯ୍ୟ କରିଥିଲେ ସେଥିପାଇଁ 5T ସଚିବଙ୍କୁ କୃତଜ୍ଞତା ଜଣାଇଥିଲେ ଲୋକେ । ରାୟଗଡ଼ା ଜିଲ୍ଲାର କିଛି ଗ୍ରୁପର ସଦସ୍ୟ ମଧ୍ୟ ତାଙ୍କୁ ସାକ୍ଷାତ କରି ସାହାଯ୍ୟ ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ସଂଧ୍ୟାରେ ନବରଙ୍ଗପୁର ସହରରେ ଥିବା ମା ଭଣ୍ଡାରଘରଣୀ ମନ୍ଦିର ପରିଦର୍ଶନ କରିଥିଲେ। ପରେ ତିରିଲିଆମ୍ବୁଗଡ଼ା ସ୍ଥିତ ଅନେ୍ଵଷା ହଷ୍ଟେଲ ପରିଦର୍ଶନ କରି ପିଲାଙ୍କ ସହ ରାତ୍ରି ଭୋଜନ କରିଥିଲେ 5T ସଚିବ। ସେହିପରି ଛାତ୍ରୀମାନଙ୍କୁ ଭେଟି ସେମାନଙ୍କ ପାଠପଢ଼ା ସଂପର୍କରେ ପଚାରି ବୁଝିଥିଲେ।

Leave A Reply

Your email address will not be published.