ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ବିନା ସୁଧରେ ଅଗ୍ରୀମ ଋଣ ଦେବେ ସରକାର

ଭୁବନେଶ୍ୱର: ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ । ବିନା ସୁଧରେ ଅଗ୍ରୀମ ରାଶି ଦେବାକୁ ଘୋଷଣା କରିଛନ୍ତି ସରକାର । ତେବେ ୨୦୨୫ ଡିସେମ୍ବର ୩୧ ମଧ୍ୟରେ ଏନେଇ ଆବେଦନ କରିପାରିବେ ସରକାର କର୍ମଚାରୀ । ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି।ଗ୍ରୁପ ‘ଏ’ ଓ ଗ୍ରୁପ୍ ‘ବି’ କର୍ମଚାରୀ, ଇଲେକ୍ଟ୍ରିକ୍ କାର କିଣିବା ପାଇଁ ଗାଡ଼ି ଦାମ୍ ୭୫ ପ୍ରତିଶତ ଆଡଭାନ୍ସ ନେଇପାରିବେ । ତେବେ ଏହା ୧୫ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ । ସେହିପରି ଗ୍ରୁପ ‘ସି’ ଓ ଗ୍ରୁପ୍ ‘ଡି’ କର୍ମଚାରୀ, ଦୁଇଚକିଆ ଗାଡ଼ି କିଣିବାକୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଡଭାନ୍ସ ନେଇପାରିବେ । ତେବେ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ମଧ୍ୟରୁ ଗୋଟିଏ ପାଇଁ ଆଡଭାନ୍ସ ନେଇପାରିବେ କର୍ମଚାରୀ । ଆଗ୍ରୀମ ଆକାରରେ ନେଇଥିବା ରାଶିକୁ ୧୦୦ କିସ୍ତିରେ ପରିଶୋଧ କରିବାକୁ ହେବ । କେହି ଚାହିଁଲେ ଆଗୁଆ ମଧ୍ୟ ପରିଶୋଧ କରିପାରିବେ । କିନ୍ତୁ କେବଳ ଗୋଟିଏ ଯାନ କିଣିବା ପାଇଁ ଅଗ୍ରିମ ଅର୍ଥ ରାଶି ମିଳିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଯେଉଁ କର୍ମଚାରୀ ଅଗ୍ରିମ ଟଙ୍କା ନେଇ ଅନ୍ୟ ଅଲଗା କାମରେ ଖର୍ଚ୍ଚ କରିବେ ସେମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave A Reply

Your email address will not be published.