ଭେଟେରାନ୍‌ ଅଭିନେତା ସମୀର ଖାଖରଙ୍କ ପରଲୋକ

ବୋରିଭଲି: ବଲିଉଡର ଭେଟେରାନ ଅଭିନେତା ସତୀଶ କୌଶିକଙ୍କ ଦେହାନ୍ତ ପରେ ଇଣ୍ଡଷ୍ଟ୍ରୀ ପାଇଁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦୂରଦର୍ଶନର ଚର୍ଚ୍ଚିତ ଧାରାବାହିକ ‘ନୁକ୍କଡ଼’ରେ ଖୋପଡ଼ୀ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଅଭିନେତା ସମୀର ଖାଖରଙ୍କ ନିଧନ ହୋଇଛି। ଅଭିନେତା ନିଃଶ୍ୱାସ ପ୍ରଶ୍ୱାସ ଏବଂ ଅନ୍ୟାନ୍ୟ ସମସ୍ୟାରେ ପୀଡିତ ଥିଲେ। କିଛି ଦିନ ତଳେ ତାଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା, ଯାହାପରେ ତାଙ୍କୁ ବୋରିଭଲିର ଏମଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ତାଙ୍କର ପରଲୋକ ଘଟିଥିଲା। ସମୀର ଛୋଟ ଛୋଟ ଚରିତ୍ର ଦ୍ୱାରା ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ହଠାତ୍‌ ଦିନେ ଅଭିନେତା ସିନେମା ଦୁନିଆକୁ ସବୁଦିନ ପାଇଁ ଅଲ୍‌ବିଦା କହି ଆମେରିକା ସିଫ୍ଟ ହୋଇ ଯାଇଥିଲେ। ସମୀର ଖଖରଙ୍କ ପୁଅ ଗଣେଶ ଏକ ନ୍ୟୁଜ ଚ୍ୟାନେଲକୁ କହିଛନ୍ତି ଯେ ମଙ୍ଗଳବାର ଅଭିନେତାଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ଏହାପରେ ସେ ଶୋଇବାକୁ ଚାଲି ଯାଇଥିଲେ ଏବଂ ପରେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଏହି ସମୟରେ ତୁରନ୍ତ ଡାକ୍ତରଙ୍କୁ ଡକାଯାଇ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପରେ ସେ ପରିସ୍ରା କରିବାରେ କଷ୍ଟ ଭୋଗିଥିଲେ। ପରିସ୍ରାଜନିତ ସମସ୍ୟା ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ଏବଂ ପୁଣି ତାଙ୍କ ହାର୍ଟ ସପୋର୍ଟ କରିବା ବି ବନ୍ଦ କରିଦେଇଥିଲା।

Leave A Reply

Your email address will not be published.