ଆମେରିକାରେ ପଞ୍ଜାବୀ ଅଭିନେତା ଅମନ ଧାଲିୱାଲଙ୍କୁ ଜିମ୍‌ରେ ମରଣାନ୍ତକ ଆକ୍ରମଣ, ଭିଡିଓରେ ରକ୍ତ ଜୁଡୁବୁଡୁ ନଜର ଆସିଲେ

ଆମେରିକା : ‘ଯୋଦ୍ଧା ଆକବର’ ଏବଂ ‘ବିଗ୍ ବ୍ରଦର’ ଭଳି ଚଳଚ୍ଚିତ୍ରରେ ନଜର ଆସିଥିବା ପଞ୍ଜାବର ଜଣାଶୁଣା ଅଭିନେତା ଅମନ ଧାଲିୱାଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଆମେରିକାର କାଲିଫର୍ଣ୍ଣିଆରେ ଏକ ଜିମ୍‌ରେ ଓ୍ଵାର୍କଆଉଟ୍‌ କରୁଥିବା ଅମନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଉଛି। ଜଣେ ଅଜଣା ବ୍ୟକ୍ତି ତାଙ୍କୁ କୁରାଢ଼ିରେ ଆକ୍ରମଣ କରୁଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ଏହି ଭିଡିଓରେ ଅମନ ନିଜକୁ ବଞ୍ଚାଉଥିବା ନଜର ଆସୁଛନ୍ତି। ଯଦିଓ ଆକ୍ରମଣକାରୀଙ୍କଠାରୁ ନିଜକୁ ରକ୍ଷା କରିବା ବେଳେ ଅମନଙ୍କୁ ଗଭୀର ଆଘାତ ଲାଗିଥିଲା ଏବଂ ସେ ଗୁରୁତର ଆହତ ହୋଇଥିଲେ। ଏହି ଭିଡିଓକୁ ଜଣେ ୟୁଜର ଟ୍ୱିଟରରେ ସେୟାର କରିଛନ୍ତି। ଆମେରିକାରେ ସକାଳ ପ୍ରାୟ ସାଢ଼େ ୯ଟାରେ ଏହି ଘଟଣା ଘଟିଥିଲା। ଏହି ଭାଇରାଲ୍ ଭିଡିଓରେ ଜଣେ ଅଜଣା ବ୍ୟକ୍ତି ଆକ୍ଟରଙ୍କ ହାତ ଧରିଥିବା ବେଳେ ଅନ୍ୟ ହାତରେ କୁରାଢ଼ି ରହିଛି। ଆକ୍ରମଣକାରୀ ଏହା କହୁଥିବାର ବି ନଜର ଆସୁଛନ୍ତି କି, ମୋତେ ପାଣି ଦରକାର। ବ୍ୟକ୍ତି ଜଣକ ଅଭିନେତାଙ୍କୁ ଧମକ ଦେଉଥିବାର ମଧ୍ୟ ନଜର ଆସିଛନ୍ତି। ଭିଡିଓରେ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ ଯେ ଅଭିନେତାଙ୍କ ହାତ ଧରିଥିବା ବ୍ୟକ୍ତିଙ୍କ ଧ୍ୟାନ ଯେତେବେଳେ ଏଠିସେଠି ହେଉଛି, ତ ଏହି ସୁଯୋଗରେ ଅଭିନେତା ଜଣକ ହଠାତ୍‌ ତାଙ୍କୁ କାବୁ କରି ନେଉଛନ୍ତି।

Leave A Reply

Your email address will not be published.