ଫିଲ୍ମ ‘ହେରା ଫେରୀ’ରେ ସଞ୍ଜୟ ଦତ୍ତଙ୍କ ଜବରଦସ୍ତ ଏଣ୍ଟ୍ରି!

ବଲିଉଡ୍‌ର ମୁନ୍ନା ଭାଇ ହେଉଛନ୍ତି ସଞ୍ଜୟ ଦତ୍ତ । ସେ ଏମିତି ଜଣେ ଅଭିନେତା ଯିଏକି ଇଣ୍ଡଷ୍ଟ୍ରିରେ ଶୀର୍ଷ ଛୁଇଁଛନ୍ତି। ବକ୍ସ ଅଫିସରେ ଧମାଲ୍ ମଚାଇଥାଏ ସଞ୍ଜୁ ବାବାଙ୍କ ସବୁ ସିନେମା। ତାଙ୍କର ଏମିତି ଅନେକ ସିନେମା ରହିଛି ଯାହା ସବୁ ବର୍ଗର ଦର୍ଶକଙ୍କ ସହ ଆଲୋଚକଙ୍କ ପ୍ରଶଂସା ସାଉଁଟିଥାଏ। ବଲିଉଡ଼ ସୁପରଷ୍ଟାର ସଞ୍ଜୟ ଦତ୍ତ ଏବେ ଏକାଧିକ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତଥିବାବେଳେ ବର୍ତ୍ତମାନ ପୁଣି ସଞ୍ଜୟ ଦତ୍ତଙ୍କୁ ମିଳିଛି ନୂଆ ପ୍ରୋଜେକ୍ଟ।ଅକ୍ଷୟ କୁମାର ଏବଂ ସୁନୀଲ ସେଟ୍ଟୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ହେରା ଫେରି’ ର ଏକ ଅଂଶ ହେବାକୁ ଯାଉଛନ୍ତି ସୁପରଷ୍ଟାର ସଞ୍ଜୟ ଦତ୍ତ। ଯାହାକୁ ନେଇ ଏବେ ଚର୍ଚ୍ଚାରେ ଏହି ବଲିଉଡ ଆକ୍ଟର। କିଛି ଦିନ ପୂର୍ବରୁ ସଞ୍ଜୟଙ୍କୁ ଶାହରୁଖ ଖାନଙ୍କ ସହ ଫିଲ୍ମ ‘ଯବାନ’ରେ ଦେଖିବାକୁ ମିଳିବ ବୋଲି ଖବର ସାମ୍ନାକୁ ଆସିଥିବାବେଳେ ଏବେ କୁହାଯାଉଛି ଯେ ଫିଲ୍ମ ‘ହେରା ଫେରୀ’ ରେ ମଧ୍ୟ ତାଙ୍କର ଜବରଦସ୍ତ ଏଣ୍ଟ୍ରି ହୋଇଛି। ତେବେ ଏକଥା ବଲିଉଡ୍‌ର ମୁନ୍ନା ଭାଇ ନଜେ ପ୍ରକାଶ କରିଛନ୍ତି। ସେ ତାଙ୍କ ଚରିତ୍ର ବିଷୟରେ ତଥ୍ୟ ଦେଥିଲେ। ଗଣମାଧ୍ୟମର ଏକ ସାକ୍ଷାତକାରେ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା ଯେ ‘ହେରା ଫେରି’ ଚଳଚ୍ଚିତ୍ରରେ ଜଣେ ଅନ୍ଧ ଡନ୍ ଭୂମିକାରେ ଅଭିନୟ କରୁଛନ୍ତି କି? ଏହାର ଉତ୍ତରରେ ସଞ୍ଜୟ ଦତ୍ତ ହଁ କହିଥିଲେ। ‘ହେରା ଫେରି’ ର ସୁଟିଂ ଚଳିତ ବର୍ଷ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ଫିଲ୍ମ ଲସ୍ ଆଞ୍ଜେଲସ୍, ଦୁବାଇ ଏବଂ ଆବୁଧାବିରେ ସୁଟିଂ କରାଯିବ। ତେବେ କୁହାଯାଉଛି ଯେ ଏହି ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କ ଭୂମିକା ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଚରିତ୍ରଟି ‘ୱେଲକମ’ ଚଳଚ୍ଚିତ୍ରରେ ଫିରୋଜ ଖାନଙ୍କ ଚରିତ୍ର ଆରଡିଏକ୍ସ ସହିତ ସମାନ ହେବ।

Leave A Reply

Your email address will not be published.