ଅନିୟନ୍ତ୍ରିତ ହୋଇ ଖାଇକୁ ଖସିଲା ବସ୍‌: ୧୭ ମୃତ

ବାଂଲାଦେଶ: ବାଂଲାଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାଜଧାନୀ ଢାକା ଅଭିମୁଖେ ଯାଉଥିବା ବସ୍ ପଦ୍ମାସେତୁରୁ ଅନିୟନ୍ତ୍ରିତ ହୋଇ ଖସିପଡିବାରୁ ଅତିକମରେ ୧୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୩୦ରୁ ଅଧିକ ଲୋକ ଆହତ ହୋଇଥିବା ଖବର ମିଳିଛି । ଏହି ବସ୍ ଦୁର୍ଘଟଣା ମଦାରିପୁର ଅନ୍ତର୍ଗତ ଶିବଚର ଉପଜିଲ୍ଲାର କୁତୁବପୁର ଅଞ୍ଚଳରେ ଘଟିଛି।ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣକର ପରିଚୟ ମିଳିଥିବା ବେଳେ ଅନ୍ୟ ଯାତ୍ରୀମାନଙ୍କର ପରିଚୟ ମିଳିପାରି ନାହିଁ। ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଦମକଳ ବିଭାଗର ୩ଟି ଗାଡି ଏବଂ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଶିବଚର ରାଜପଥ ଥାନା ଭାରପ୍ରାପ୍ତ ଅଧିକାରୀ ଅବୁ ନୟିମ୍ ମହମ୍ମଦ୍ ମୋଫାଜେଲ୍ ହକ୍ କହିଛନ୍ତି।

Leave A Reply

Your email address will not be published.