ଆଦାନୀ ଓ ରାହୁଲ ପ୍ରସଙ୍ଗରେ ଲଗାତର ୫ଦିନ ଧରି ସଂସଦ ଅଚଳ

ଭୁବନେଶ୍ୱର ଆସିବେ:  ୫ ଦିନରେ ମାତ୍ର ୯୭ ମିନିଟ ପାଇଁ ଚାଲିଲା ସଂସଦ । ନେତାଙ୍କ ଯୁକ୍ତିତର୍କରେ ସ୍ୱାହା ହେଲା ଦେଶବାସୀଙ୍କ ୫୦ କୋଟି ଟଙ୍କା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନରେ ଭାରତର ଗଣତନ୍ତ୍ର ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ସଂସଦରେ ଝଡ଼ ସୃଷ୍ଟି ହୋଇଛି । ରାହୁଲଙ୍କର ଏହି ଟିପ୍ପଣୀ ଗଣତନ୍ତ୍ରର ଅପମାନ କରିଛି ଏବଂ ରାହୁଲ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି । ଏଥିପାଇଁ ଲଗାତାର ୫ ଦିନ ଧରି ସଂସଦ ଏକ ପ୍ରକାର ଠପ୍ ହୋଇପଡିଛି । ଅନ୍ୟପଟେ କଂଗ୍ରେସ ଗୌତମ ଆଦାନୀ ପ୍ରସଙ୍ଗରେ ଗୃହରେ ହୋହାଲ୍ଲା କରୁଛିି । ଆଉ ଉଭୟ ଦଳର ସାଂସଦଙ୍କ ବାରମ୍ବାର ହଟ୍ଟଗୋଳ ଲାଗି ଉଭୟ ଲୋକସଭା ଏବଂ ରାଜ୍ୟସଭା ସୋମବାର ଅର୍ଥାତ୍ ୨୦ ମାର୍ଚ୍ଚ ଯାଏଁ ସ୍ଥଗିତ ରଖାଯାଇଛି । ବଡ଼କଥା ଯେ ମାର୍ଚ୍ଚ ୧୩ ରେ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବାବେଳେ ଗୃହର ପ୍ରକ୍ରିୟା ଗୋଟିଏ ଦିନ ବି ଶେଷ ହୋଇପାରି ନାହିଁ ।

Leave A Reply

Your email address will not be published.