ଅଜଣା ଗାଡ଼ି ଧକ୍କାରେ ହରିଣର ମୃତ୍ୟୁ

ଆନନ୍ଦପୁର : ଏକ ଅଜଣା ଗାଡି ଧକ୍କାରେ ଏକ ମାଇ ହରିଣର ମୃତ୍ଯୁ ହୋଇଛି । ଆନନ୍ଦପୁର ବନ୍ଯପ୍ରାଣୀ ବନଖଣ୍ତ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ପୁରୁଣାବାନ୍ଧଗୋଡା ଗାଁ ନିକଟରେ ଅଜଣା ଗାଡି ଧକ୍କାରେ ଗୋଟିଏ ମାଇ ହରିଣର ମୃତ୍ଯୁ ଘଟିଥିବା ଜଣାପଡିଛି।ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଅବସ୍ଥାରେ ହରିଣଟିକୁ ଉଦ୍ଧାର କରି ଆନନ୍ଦପୁର ରେଞ୍ଜ କାର୍ଯ୍ଯାଳୟ ପରିସରକୁ ନେଇଛନ୍ତି। ହରିଣଟିର ଦେହର ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖାଯାଇଛି। କେଉଁ ଗାଡ଼ି ହରିଣଟିକୁ ଧକ୍କା ଦେଇଛି ତାକୁ ନେଇ ବନବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।

Leave A Reply

Your email address will not be published.