ରେଢାଖୋଲ ଅଞ୍ଚଳରେ ପ୍ରଥମ: ୭୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଅଫିମ ଚାଷକୁ ନଷ୍ଟ କଲା ଅବକାରୀ ବିଭାଗ

ରେଢାଖୋଲ : ଆକ୍ସନ୍ ମୁଡରେ ଅବକାରୀ ବିଭାଗ। ଠାବ କଲା ବିପୁଳ ପରିମାଣର ବେଆଇନ ଅଫିମ ଚାଷ ଗଛ। ରେଢ଼ାଖୋଲ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମ। ଯେଉଁଠି ବିପୁଳ ପରିମାଣର ବେଆଇନ ଅଫିମ ଚାଷ ଗଛ ଠାବ କରାଯାଇଛି । ଏ ଫୁଲ ଫଳ ଫୁଟିଥିବା ଗଛ ହେଉଛି ଅଫିମ ଗଛ। ଏହି ଅଫିମ ଚାଷ ଉପରେ ଅବକାରୀ ଅଧିକ୍ଷକଙ୍କ ନେତୃତ୍ୱରେ ରେଢାଖୋଲ ଅବକାରୀ ବିଭାଗ ସହ ରେଢାଖୋଲ ପୋଲିସ୍, ତହସିଲଦାରର ମିଳିତ ଭାବେ ଚଢାଉ କରିଥିଲେ। ତେବେ ଯାହା ସୂଚନା ମିଳିଛି ରେଢାଖୋଲ ଅଞ୍ଚଳରେ ପ୍ରଥମ ଥର ଏହି ଚାଷ ହୋଇଥିଲା। ୨୦ରୁ ଅଧିକ ଡିସମିଲ ଜମିରେ ୧୦ ହଜାର ଗଛ ଉପରେ ଚଢାଉ କରାଯାଇ ନଷ୍ଟ କରାଯାଇଛି। ଯାହାର ଅନୁମାନିକ ମୂଲ୍ୟ ୭୦ ଲକ୍ଷ ରୁ ଊର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।ତେବେ ସରକାରୀ ଜାଗାରେ ଏହି ଅଫିମ ଚାଷ ହେଉଥିବା ନେଇ କୌଣସି ସୂତ୍ରରୁ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଗତ ରବିବାର ସମ୍ବଲପୁର ଓ ରେଢ଼ାଖୋଲ ଅବକାରୀ କର୍ମଚାରୀ ସହିତ ରେଢ଼ାଖୋଲ ପୋଲିସ ପକ୍ଷରୁ ମିଳିତ ଚଢ଼ଉ କରି ୧୦ ହଜାରରୁ ଅଧିକ ପରିପକ୍ବ ଅଫିମ ଗଛକୁ ନଷ୍ଟ କରାଯାଇ ଥିଲା। ଏଥିରେ ସମ୍ପୃକ୍ତ ଗୋପାଳପୁର ଗ୍ରାମର ଦୁଗେ ଛୁଟିଆ ପୂର୍ତ୍ତି, ପୀତାମ୍ବର କାଣ୍ଡେ ଓ ବିଶରମ ସାମଡଙ୍କୁ ଗିରଫ କରାଯାଇଛି। ସୋମବାର ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।

Leave A Reply

Your email address will not be published.