ପୋଲିସ ନିକଟରେ ଆତ୍ମସମର୍ପଣ କଲେ ପଳାତକ ଅମ୍ରିତପାଲର ଦାଦା ଏବଂ ଡ୍ରାଇଭର

ମେହତପୁର : ପଳାତକ ଘୋଷିତ ହୋଇଥିବା ଅମ୍ରିତପାଲଙ୍କୁ ଏବେ ବି ଖୋଜୁଛି ପୋଲିସ । ଅମ୍ରିତପାଲଙ୍କୁ ଧରିବା ପାଇଁ ପୋଲିସ ନାକେଦମ୍‌ ହୋଇସାରିଲାଣି । ଆଜି ମଧ୍ୟ ଅମ୍ରିତପାଲଙ୍କୁ ଧରିବା ପାଇଁ ପୋଲିସ ଚେକିଂ ଓ ଚଢଉ ଜାରି ରଖିଛି । ତେବେ ଅମ୍ରିତପାଲ ସିଂହର ଡ୍ରାଇଭର ଓ ଦାଦା ଆସି ଆଜି ପୋଲିସରେ ଆତ୍ମସମର୍ପଣ କରିଛନ୍ତି। ଅମ୍ରିତପାଲଙ୍କର ଅନେକ ସମର୍ଥକଙ୍କୁ ପୋଲିସ ଗିରଫ କରିଛି । ସୂଚନା ମୁତାବକ, ସୋମବାର ଅମ୍ରିତପାଲର ଦାଦା ହରଜିତ ସିଂହ ଓ ଡ୍ରାଇଭର ହରପ୍ରୀତ ମେହତପୁର ଥାନା ଆସି ସରେଣ୍ଡର କରିଥିବା ଖବର ମିଳିଛି । ଉଭୟଙ୍କ ପାଖରୁ ପୋଲିସ ଏକ ମର୍ସିଡିଜ କାର୍ ମଧ୍ୟ ଜବତ କରିଛି। ଏହି ଗାଡିରେ ହିଁ ଅମ୍ରିତପାଲ ଓ ତାଙ୍କ ଦାଦା ଓ ଡ୍ରାଇଭର ଫେରାର ହୋଇଥିଲା। ଅମ୍ରିତପାଲଙ୍କର ୧୧୨ ଜଣ ସମର୍ଥକଙ୍କୁ ଗିରଫ କରିଛି ପୋଲିସ। ଆଉ ଯେଉଁମାନେ ଅମ୍ରିତପାଲଙ୍କ ପ୍ରମୁଖ ସହଯୋଗୀ ରହିଥିଲେ, ସେମାନଙ୍କୁ ପୋଲିସ ଜେଲକୁ ପଠାଇଛି । ଅମ୍ରିତପାଲଙ୍କ ଦାଦା ହରିଜିତ ସିଂହ ହେଉଛନ୍ତି ଅମ୍ରିତପାଲଙ୍କ ପରାମର୍ଶଦାତା। ପୋଲିସ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅମ୍ରିତପାଲ ସିଂହର ୧୧୨ ଜଣ ସମର୍ଥକଙ୍କୁ ଗିରଫ ସାରିଲାଣି। ଅମ୍ରିତପାଲକୁ ଧରିବା ପାଇଁ ପୁଲିସ ପ୍ରୟାସ ଜାରି ରଖିଛି। ସୁରକ୍ଷାକର୍ମୀମାନେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଛନ୍ତି। ପ୍ରଶାସନ ପକ୍ଷରୁ ମୋବାଇଲ ଇଣ୍ଟରନେଟ୍ ଓ ଏସ୍ଏମ୍ଏସ୍ ସେବା ଆଜି ଅପରାହ୍ଣ ୧୨ ଯାଏଁ ବନ୍ଦ କରାଯାଇଛି। ସୂଚନାଯୋଗ୍ୟ, ପୋଲିସ କିଛି ଦିନ ତଳେ ଅମ୍ରିତପାଲ ସିଂହର ଜଣେ ସହଯୋଗୀକୁ ଗିରଫ କରିଥିଲା। ସହଯୋଗୀକୁ ଥାନାରୁ ଖଲାସ କରିବା ପାଇଁ ହଜାର ହଜାର ଲୋକ ସେଠାରେ ପହଞ୍ଚିଥିଲେ। ପୋଲିସକୁ ଆକ୍ରମଣ ମଧ୍ୟ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଅମ୍ରିତପାଲର ଗିରଫ ସହଯୋଗୀକୁ ଜାମିନ ମିଳିଥିଲା। ତେବେ ସେବେଠାରୁ ଅମ୍ରିତପାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।

Leave A Reply

Your email address will not be published.