ଶ୍ରୀମନ୍ଦିର ପ୍ରଶାସନକୁ ଜଣେ ଭକ୍ତ ଦାନ କଲେ ଅତ୍ୟାଧୁନିକ ମୂଷା ମରା ମେସିନ୍, ହେଲେ ବିରୋଧ କରୁଛନ୍ତି କିଛି ସେବାୟତ

ପୁରୀ: ମୂଷା ଯୋଗୁ ଶ୍ରୀମନ୍ଦିରରେ ପାଲା। ଶ୍ରୀମନ୍ଦିରରେ ଶୋଇବାରେ ଶ୍ରୀଜିଉଙ୍କୁ ହେବ ଅସୁବିଧା। ମୂଷା ଧରା ମେସିନରୁ ଆସୁଥିବା ବିପ ଶବ୍ଦ ଯୋଗୁଁ ମହାପ୍ରଭୁଙ୍କ ନିଦ୍ରାରେ ସୃଷ୍ଚି ହୋଇପାରେ ବ୍ଯାଘାତ। ଯାହାକୁ ନେଇ ଆରମ୍ଭ ହୋଇଯାଇଛି ତର୍କବିତର୍କ।କଳାଠାକୁରଙ୍କ ଶ୍ରୀଅଙ୍ଗ ପ୍ରତି ଘନଉଛି ବିପଦ। କାହିଁକି ନା ଗର୍ଭଗୃହରେ ଅନ୍ଧାରର ସୁଯୋଗ ନେଇ ମୂଷା କରୁଛନ୍ତି ଉତ୍ପାତ। ଆଉ ମୂଷାଙ୍କ ନିରାକରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଜଣେ ଶ୍ରଦ୍ଧାଳୁ ଦାନ କରିଛନ୍ତି ଅତ୍ୟାଧୁନିକ ମୂଷା ମରା ମେସିନ। ଯାହାର ନାମ ରହିଛି “ଆର୍ଥ ଇନୋଭେସନ “। ପରୀକ୍ଷାମୂଳକ ଭାବେ ପ୍ରଶାସନିକ କାର୍ଯ୍ଯଳୟରେ ଏହାକୁ ଲଗାଯାଇଛି। ତେବେ ଏହି ମେସିନ୍‌ ରୁ ଏକ ଶବ୍ଦ ବାହାରୁଥିବାରୁ ଠାକୁରଙ୍କ ଶୟନରେ ବାଧା ସୃଷ୍ଟି ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.