ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ଘଟଣାସ୍ଥଳରେ ୨ ମୃତ

ଖୋର୍ଦ୍ଧା : ଟ୍ରକ୍‌କୁ ପଛରୁ ପିଟିଲା ଭ୍ୟାନ୍‌। ଘଟଣାସ୍ଥଳରେ ୨ ମୃତ। ଖୋର୍ଦ୍ଧା ଗଙ୍ଗପଡା ପୁରୁଣା ଟୋଲଗେଟ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଟ୍ରକଟି ରାସ୍ତା କଡରେ ଛିଡା ହୋଇଥିବାବେଳେ ଏକ ପିକଅପ୍‌ ଭ୍ୟାନ୍‌ ପଛ ପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ କଟରରେ କାଟି ଟ୍ରକରୁ ମୃତଦେହ ଉଦ୍ଧାର କରିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ମୃତକଙ୍କ ପରିଚୟ ମିଳିପାରିନାହିଁ।

Leave A Reply

Your email address will not be published.