ନିର୍ମାଣଧିନ ସେତୁରେ ପିଟିହେଲା ଆମ୍ବୁଲାନ୍ସ; ରୋଗୀ ମୃତ,୩ ଆହତ

ନୂଆପଡା : ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ବିରେସକେଲା ଗାଁ ନିକଟରେ ରୋଗୀଙ୍କୁ ନେଇ ଫେରୁଥିବା ଆମ୍ବୁଲାନ୍ସ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ବିଜୁ ଏକ୍ସପ୍ରେସ ୱେ ରାସ୍ତାରେ ନିର୍ମାଣଧୀନ ସେତୁରେ ଆମ୍ବୁଲାନ୍ସ ଗାଡି ପିଟିହୋଇ ଦୁର୍ଘଟଣାଗ୍ରସ୍ତ ଘଟିଛି।ଘଟଣାସ୍ଥଳରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଆହତ ହୋଇଛନ୍ତି । ମୃତ ରୋଗୀ ଜଣକ ହେଲେ ବୋଡେ଼ନ ଥାନା ଅନ୍ତର୍ଗତ ଧାରାଣୀମାଲ ଗାଁର ଜନକ ମନହିରା। ଆହତଙ୍କୁ ଉଦ୍ଧାର କରି ବୋଡେ଼ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ଆଜି ସକାଳେ ପଡୋଶୀ ଛତିଶଗଡ ରାୟପୁର ବାଲାଜି ହସପିଟଲରୁ ରୋଗୀକୁ ନେଇ ଫେରୁଥିବା ଏମ୍ବୁଲେନ୍ସ ଗାଡି ବିରେଶକେଲା ଗାଁ ନିକଟରେ ନିର୍ମାଣଧିନ ସେତୁରେ ପିଟିହୋଇ ଦୁର୍ଘଟଣା ଘଟିଥିଲା । ବୋଡେ଼ନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.