ରେଳ ଲାଇନ୍‌ରୁ ମହିଳାଙ୍କ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ

କାମାକ୍ଷାନଗର : ରେଳ ଧାରଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର। ମୃତ ମହିଳା ହେଲେ ପଥରଖମ୍ବ ଗ୍ରାମର ପ୍ରଦିପ ବିଶ୍ବାଳଙ୍କ ସ୍ତ୍ରୀ ବନିତା ବିଶ୍ବାଳ ବୋଲି ଜଣାପଡିଛି। ଟ୍ରେନ ଧକ୍କାରେ ମହିଳାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି। ଏଥିରେ ମହିଳାଙ୍ ମୁଣ୍ଡରେ ଆଘାତ ମଧ୍ୟ ଲାଗିଛି। ଖବର ପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ତେବେ ମୃତ ମହିଳା ଜଣଙ୍କ ଟ୍ରେନ ଲାଇନରେ ସକାଳୁ ସକାଳୁ କୁଆଡେ ଯାଉଥିଲେ ତାହା ଷ୍ପଟ ହୋଇନଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ଜଣାପଡିବ।

Leave A Reply

Your email address will not be published.