ନୂଆ ଲାଇଟ୍ ଦାମ୍ ଠାରୁ ଅଧିକ ଖର୍ଚ୍ଚ ମରାମତିରେ: ବିଡ଼ିଓଙ୍କୁ ଲଣ୍ଠନ ଦେଖାଇ ହିସାବ ମାଗିଲେ ପଞ୍ଚାୟତବାସୀ

କେନ୍ଦ୍ରାପଡା: ଯେତେ ଟଙ୍କାର ବିଲ୍ ହେଇଛି ଯଦି ସେତିକି ଲାଇଟ୍ ଆମ ଗାଁରେ ଲାଗିଥାନ୍ତା, ତାହେଲେ ରାତିରେ ବି ଆମଗାଁ ଦିନ ଭଳିଆ ଦେଖାଯାଇଥାନ୍ତା। ହେଲେ କଣ ପାଇଁ ଆମ ଗାଁ ଯୋଉ ଅନ୍ଧାରକୁ ସେଇ ଅନ୍ଧାର । ଠିକ୍ ଏଭଳି ଭଳି କିଛି ଅଭିଯୋଗ ଆଣି ବିଡ଼ିଓଙ୍କୁ ଲଣ୍ଠନ ଦେଖାଛନ୍ତି କେନ୍ଦ୍ରାପଡା ଜିଲ୍ଲା ଧୂମାତ ପଞ୍ଚାୟତ ବାସୀ। ଲଣ୍ଠନ ଧରି କେନ୍ଦ୍ରାପଡା ବ୍ଲକ ସମ୍ମୁଖରେ କରିଛନ୍ତି ଆନ୍ଦୋଳନ। କିଏ ହାତରେ ସିଲଟ ଧରି ପିସି କେତେ? ବୋଲି ଲେଖି ପ୍ରଶ୍ନ କରୁଛି ତ କିଏ ହାତରେ ଲଣ୍ଠନ ଧରି ବସି ରହିଛି। ନିଜ ଗାଁର ହକ୍ ପାଇଁ ଏକାଠି ହୋଇଛନ୍ତି ଅନେକ ମହିଳା ଓ ପୁରୁଷ।ତେବେ ଏହି ଅଭିଯୋଗକୁ ନେଇ କେନ୍ଦ୍ରାପଡା ବ୍ଲକ ଅଧକ୍ଷ୍ୟା ରଶ୍ମିତା ସେଠୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ଦୁଇ ଘଣ୍ଟା ଧାରଣାରେ ବସି ରହିଥିଲେ ଧୂମାତ ପଞ୍ଚାୟତ ବାସୀ। ପଞ୍ଚାୟତରେ ଲାଇଟ୍ ଲାଗିଛି, ଅଳ୍ପ ଦିନ ପରେ ମରାମତି କରାଯାଇଛି। ନୂଆ ଲାଇଟ୍ ଦାମ୍ ଠାରୁ ଅଧିକ ମରାମତିରେ ଖର୍ଚ୍ଚ ହୋଇଥିବା ବିଲ ହୋଇଛି। ଏ ସଂପର୍କରେ ପୂର୍ବରୁ ଯାହାକୁ ଯେତେ ଅଭିଯୋଗ କରିଥିଲେ ବି କେହି ଶୁଣିନଥିଲେ। ତେଣୁ ଶେଷରେ ଗାଁରେ ଲାଇଟ୍ ଜଲାଇବା ସହ ହୋଇଥିବା ଦୁର୍ନୀତିର ତଦନ୍ତ ଦାବିରେ କେନ୍ଦ୍ରାପଡା ବିଡ଼ିଓଙ୍କୁ ଧୂମାତ ବାସୀ ଲଣ୍ଠନ ଦେଖାଇ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.