ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରିବେ 5T ସଚିବ

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରିବେ 5T ସଚିବ ଭିକେ ପାଣ୍ଡିୟାନ୍। ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସୁଛନ୍ତି 5T ସଚିବ ଭିକେ ପାଣ୍ଡିୟାନ୍। ଅପରାହ୍ନ ୨.୫୦ ରେ ହେଲିକପ୍ଟର ଯୋଗେ ମାଥିଲି ପହଞ୍ଚିବେ । ୩.୦୫ ମିନିଟରେ ଶିବ ସାଗର ଉନ୍ନତି କରଣ ଏବଂ ସପ୍ତଧାରା ଜଳସେଚନ ବ୍ୟବସ୍ଥା , ରେଳ ଲାଇନ୍ କାର୍ଯ୍ୟ ଅଗ୍ରଗତି ନେଇ ଆଲୋଚନା କରି ସଡ଼କ ପଥରେ ଅନୁଧ୍ୟାନ କାରିବେ।ଏହା ପରେ ୪.୨୫ ମିନିଟ ରେ ବଣ୍ଡା ଘାଟି ର ସୀତା କୁଣ୍ଡ ପରିଦର୍ଶନ କରିବେ। ୫.୧୦ରେ ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡା ଭ୍ୟୁ ପଇଣ୍ଟ୍ କାର୍ଯ୍ୟର ଅନୁଧ୍ୟାନ କରିବେ । ୫.୨୫ ରେ ହନ୍ତାଳଗୁଡା ଲୋକଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚୋନା କରିବେ। ୫.୫୦ ମିନିଟ ରେ BSF ଏବଂ ପୋଲିସ ଅଧିକାରୀଙ୍କ ସହ ଆଲୋଚନା ରହିଛି। ୬.୩୦ ରେ ବଡପୋଡା ଠାରେ ଥିବା ଏଯୁକେଶନ କମପ୍ଲେସରେ ସ୍ଥାନୀୟ ଲୋକଙ୍କ ସହ ଉନ୍ନୟନ କାର୍ଯ୍ୟ ନେଇ ଆଲିଚୋନା କରିବେ। ଆସନ୍ତା କାଲି ମୋଟୁ କାଳିମେଳା ଆଞ୍ଚକ କୁ ଗସ୍ତ ରହିଛି।

Leave A Reply

Your email address will not be published.