ସ୍କୁଲ ପିଲା ଗାଡ଼ି ଚଳାଉଥିଲେ ସାବଧାନ: ଧରାହେଲେ ୨୫ ହଜାର ଯାଏ ଗଣିବେ ଫାଇନ

ଭୁବନେଶ୍ୱର : ସ୍କୁଲ ପିଲା ଗାଡ଼ି ଚଢୁଥିଲେ ସାବଧାନ। ଡ୍ରାଇଭିଂ ଲାଇସେନ୍‌ସ ନଥାଇ ସ୍କୁଲ ପିଲା ଗାଡ଼ି ଚଢ଼ୁଥିଲେ ଅଭିଭାବକ ଗଣିବେ ୨୫ ହଜାର ତଣ୍ଡ। ସେହିପରି ସଂପୃକ୍ତ ଗାଡ଼ି ମାଲିକଙ୍କ ନାଁରେ ମାମଲା ରୁଜୁ ହେବ। ଆବଶ୍ୟକ ସ୍ଥଳେ ଗିରଫ ହେବେ ଗାଡ଼ି ମାଲିକ। ଏନେଇ ସତର୍କ କରାଇଛି ରାଜ୍ୟ ପରିବହନ ପ୍ରାଧିକରଣ । ଆଜିଠାରୁ ୧୦ ଦିନ ପର୍ଯ୍ୟନ୍ତ ଚାଲିବ ସ୍ୱତନ୍ତ୍ର ଅଭିଯାନ। କମ୍‌ ବୟସର ପିଲା ଗାଡ଼ି ଚଳାଇ ଧରାପଡ଼ିଲେ ଅଭିଭାବକ ଅବା ଗାଡ଼ି ମାଲିକ ୨୫ହଜାର ଟଙ୍କା ଜରିମାନା ଦେବା ସହ ୩ ମାସ ଜେଲ୍‌ ଯିବା ପାଇଁ ପରିବହନ ବିଭାଗ ପକ୍ଷରୁ ୨୦୨୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।ଏପରିକି ଗାଡ଼ିର ଆରସି ଏକ ବର୍ଷ ପାଇଁ ବାତିଲ୍‌ କରାଯିବା ସହ ସଂପୃକ୍ତ ଗାଡ଼ି ଚାଳକଙ୍କୁ ୨୫ ବର୍ଷ ବୟସ ହେଲା ପର୍ଯ୍ୟନ୍ତ ବି ଡିଏଲ୍‌ ମିଳିବ ନାହିଁ ବୋଲି କୁହାଯାଇଥିଲା। ଆଜିଠାରୁ କାର୍ଯ୍ୟାନୁଷ୍ଠାନକୁ କଡ଼ାକଡ଼ି କରାଯିବ। ଆସନ୍ତା ଏପ୍ରିଲ ମାସ ପ୍ରଥମ ସପ୍ତାହରେ ଯେପରି ଶୂନ୍ୟ ମୃତାହତ ରହିବ ଏ ଦିଗରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟକୁ ନିର୍ଦ୍ଦେଶନାମା ଆସିଛି। ଏଣୁ ପରିବହନ ବିଭାଗ ଆଜିଠାରୁ ଏପ୍ରିଲ ପ୍ରଥମ ସପ୍ତାହ ଶେଷ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଅଭିଯାନ ଆରମ୍ଭ କରିବାକୁ ଯାଉଛି।

Leave A Reply

Your email address will not be published.