ଆଜି ପବିତ୍ର ଶ୍ରୀରାମ ନବମୀ: ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଦିନ

କେନ୍ୟୁଜ୍: ଆଜି ପବିତ୍ର ଶ୍ରୀରାମ ନବମୀ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଦିନ । ରାମ ନାମରେ ଗୁଞ୍ଜରିତ ହେଉଛି ରାଜ୍ୟର ବିଭିନ୍ନ ରାମ ମନ୍ଦିର । ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ ପାଇଁ ମନ୍ଦିରରେ ଭିଡ଼ ଜମାଇଛନ୍ତି ଶ୍ରଦ୍ଧାଳୁ । ରାମ ନବମୀ ପାଇଁ ସଜେଇ ହୋଇଛି ଭୁବନେଶ୍ୱର ୟୁନିଟ-୩ ରାମ ମନ୍ଦିର ସହ ଅନ୍ୟାନ୍ୟ ମନ୍ଦିର ।ଭୁବନେଶ୍ୱର ରାମ ମନ୍ଦିରରେ ଭୋର ୫ଟା ୩୦ରେ ମଙ୍ଗଳ ଆରତି ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଛି । ପୂର୍ବାହ୍ନ ୭ଟାରେ ଶୃଙ୍ଗାର ଆଳତି ଓ ୮ଟାରୁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଆରମ୍ଭ ହୋଇଛି । ମଧ୍ୟାହ୍ନ ୧୨ଟାରେ ଜନ୍ମୋତ୍ସବ ଆଳତି ଓ ସନ୍ଧ୍ୟା ୭ଟାରେ ସନ୍ଧ୍ୟା ଆଳତି କରାଯିବ। ଶୃଙ୍ଖଳିତ ଦର୍ସନ ପାଇଁ ମନ୍ଦିର ଓ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Leave A Reply

Your email address will not be published.