କୋରାପୁଟ ନୂଆଗାଁରେ ଅଘଟଣ: ଦେଶୀ ବନ୍ଧୁକରୁ ଗୁଳି ଫୁଟି ମହିଳା ମୃତ

କୋରାପୁଟ : ଦେଶୀ ବନ୍ଧୁକରୁ ଗୁଳି ଫୁଟି ମହିଳା ମୃତ । କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ନୂଆଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଜାନି ମଞ୍ଜୁଳା । ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି । ଜବତ ହୋଇଛି ବନ୍ଧୁକ । କୋରାପୁଟ ଜିଲ୍ଲାରେ ଏବେ ଆଦିବାସୀଙ୍କ ଚଇତ ପରବ ଚାଲିଛି । ଆଦିବାସୀ ପରମ୍ପରା ଅନୁସାରେ ଘରେ ରଖିଥିବା ସମସ୍ତ ଅସ୍ତ୍ରଶସ୍ତ୍ର ପୁଜା କରିବା ବିଧି ରହିଛି । ଘର ତାଜା ଉପରେ ରଖାଯାଇଥିବା ବନ୍ଧୁକକୁ ସଫା କରିବାକୁ ବାହାର କରିବା ବେଳେ ବନ୍ଧୁକଟି ହାତରୁ ଖସି ପଡ଼ିଥିଲା । ବନ୍ଧୁକ ଉଠାଇବା ବେଳେ ବାରୁଦ ଭରା ବନ୍ଧୁକରୁ ଫୁଟିଥିଲା ଗୁଳି । ସଠାରେ ବସିଥିବା ମଞ୍ଜୁଳା ଜାନିଙ୍କର ଡାହାଣ ପଟ କାନ୍ଧକୁ ଓ ଜଙ୍ଗରେ ଗୁଳି ବାଜିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମଞ୍ଜୁଳାଙ୍କୁ ପଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.