ବାଲେଶ୍ୱରରେ ରାମନବମୀ ଅବସରରେ ବିଶାଳ ପଦଯାତ୍ରା: ୧୫ ପ୍ଲାଟୁନ୍‌ ଫୋର୍ସ ମୁତୟନ

ବାଲେଶ୍ୱର : ବାଲେଶ୍ୱରରେ ଆଡମ୍ବର ସହକାରେ ପାଳନ କରାଯାଉଛନ୍ତି ରାମନବମୀ। ଶ୍ରୀରାମ ଚେତନା ଜାଗରଣ ସଂଘ ପକ୍ଷରୁ ଏକ ବିଶାଳ ପଦଯାତ୍ରା ପରମିଟ ପଡ଼ିଆରୁ ବାହାରି ନଗର ପରିକ୍ରମା କରୁଛି। ୨୫ରୁ ଉର୍ଦ୍ଧ୍ୱ ମେଢ଼ ପଦଯାତ୍ରାରେ ଯୋଗଦେଇଛନ୍ତି। ପାରମ୍ପରିକ ନାଚ, ଗୀତ ଓ ବାଦ୍ୟରେ ପ୍ରକମ୍ପିତ ହେଉଛି ପରିବେଶ। ଶାନ୍ତିଶୃଙ୍ଖଳାର ସହ ରାମନବମୀ ପାଳନ ପାଇଁ ବାଲେଶ୍ୱରରେ ପୋଲିସ ଛାଉଣୀ କରାଯାଇଛି। ମୁତୟନ ହୋଛନ୍ତି ୧୫ ପ୍ଲାଟୁନ୍‌ ଫୋର୍ସ। ସମ୍ବେଦନଶୀଳ ଅଞ୍ଚଳ ମାନଙ୍କରେ ଡ୍ରୋନ୍‌ ମାଧ୍ୟମରେ ସ୍ଥିତି ଉପରେ ନଜର ରଖାଯାଇଛି। ସେହିଭଳି ରେମୁଣା ଓ ସୋରରେ ମଧ୍ୟ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।

Leave A Reply

Your email address will not be published.