ମଝି ସମୁଦ୍ରରେ ୨୫୦ ଲୋକଙ୍କୁ ନେଇ ଯାଉଥିବା ଫେରୀରେ ଲାଗିଲା ନିଆଁ, ଜୀବନ୍ତ ଜଳିଗଲେ ଲୋକେ

ଫିଲିପାଇନ୍ସ : ଫିଲିପାଇନ୍ସରେ ଭୟଙ୍କର ଦୁର୍ଘଟଣା । ୨୫୦ ଲୋକଙ୍କୁ ନେଇ ଯାଉଥିବା ଫେରୀ (ପାଣିରେ ଚାଲୁଥିବା ଡଙ୍ଗା)ରେ ଲାଗିଲା ନିଆଁ । ଅନେକ ଲୋକ ଜୀବନ୍ତ ଜଳିଥିବା ଖବର ମିଳିଛି । ଏଭଳି ଭୟଙ୍କର ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇଥିଲା ।ଖବର ମୁତାବକ, ଏହିଳି ଦୁର୍ଘଟଣା ପ୍ରଶାନ୍ତ ମହାସାଗରେ ହୋଇଛି । ୨୫୦ ଲୋକଙ୍କୁ ନେଇ ଯାଉଥିବା ଫେରୀରେ ସମୁଦ୍ର ମଝିରେ ନିଆଁ ଲାଗିଯାଇଥିଲା। ଏପର୍ଯ୍ୟନ୍ତ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ନିଖୋଜ ରହିଛନ୍ତି । ତେବେ ଏହି ଘଟଣାରେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.