ଢେଙ୍କାନାଳ: ହାତୀ ଆକ୍ରମଣରେ ଦୁଇ ମହିଳା ମୃତ

ଢେଙ୍କାନାଳ : ଦୁଇ ମହିଳାଙ୍କୁ ଦଳିଦେଲା ଦନ୍ତା। ହାତୀ ଆକ୍ରମଣରେ ଦୁଇ ମହିଳା ମୃତ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଦୁଦୁରକୋଟଠାରେ ହାତୀ ଆକ୍ରମଣରେ ଦୁଇଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବାଘୁଆସାହିର ଅଗାରୀ ସାମଲ ଓ ପୁଟି ସାମଲ । ଉଭୟେ ମହୁଲ ଗୋଟାଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇଥିଲେ ।ଘଟଣା ସ୍ଥଳରେ ବନ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ କରିବା ସହ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି। ହାତୀ ଘର ଭାଙ୍ଗିବା ସହ ପନିପରିବା ନଷ୍ଟ କରୁଥିବା ନେଇ ସ୍ଥାନୀୟ ଲୋକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କ୍ଷତି ପୂରଣ ଦାବିରେ ସାତ ମାଇଲି ଛକ ନିକଟରେ ରାସ୍ତାରୋକ କରିଛନ୍ତି । ଉତ୍ତେଜିତ ଲୋକ ମାନଙ୍କୁ ପୋଲିସ ବୁଝାସୁଝା କରୁଛି।

Leave A Reply

Your email address will not be published.